ବୌଦ୍ଧ : ବିପୁଳ ପରିମାଣରେ ଗଞ୍ଜେଇ ଗଛ ନଷ୍ଟ । ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ, ବନ ବିଭାଗ ଏବଂ ପୋଲିସ ଆମ୍ବଝରି ପଞ୍ଚାୟତ ବାଙ୍କୀ ଗ୍ରାମରେ ଗଞ୍ଜେଇ ଗଷ୍ଟ ନଷ୍ଟ କରିଛି ।
ମିଳିତ ଭାବେ ତିନି ବିଭାଗ ଚଢ଼ଉ କରି ପ୍ରାୟ ୪୭ ଏକର ସରକାରୀ ଜମିରେ ହୋଇଥିବା ଗଞ୍ଜେଇ ଚାଷ କୁ ନଷ୍ଟ କରିଛନ୍ତି । ଗୁରୁବାର ସହକାରୀ ଜିଲ୍ଲାପାଳ ବିରଞ୍ଚି ଧାରୁଆଙ୍କ ନେତୃତ୍ୱରେ ଏକ ଟିମ୍ ବାଙ୍କୀ ଗ୍ରାମରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ରେ ପ୍ରାୟ ୪୭ ଏକର ଗଂଜେଇ ଗଛକୁ ନଷ୍ଟ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ୪ କୋଟି ୭୦ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।
