ପୃଥକ ପୃଥକ ସ୍ଥାନରେ ଚଢାଉ, ବିପୁଳ ପରିମାଣର ଦେଶୀ ମଦ ସହ କାର୍‌ ଓ ସ୍କୁଟି ଜବତ

ଭଦ୍ରକ : ପୃଥକ ପୃଥକ ସ୍ଥାନରେ ଚଢାଉ । ବିପୁଳ ପରିମାଣର ଦେଶୀ ମଦ ସହ କାର୍‌ ଓ ସ୍କୁଟି ଜବତ । ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ । ଭଦ୍ରକ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ମଦ କାରବାରର ପର୍ଦ୍ଦାଫାସ କରିଛି ।

ଖବର ଅନୁଯାୟୀ, ଟାଉନ୍‌ ଥାନା ଚାରିଘରିଆ ଗାଁର ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଏକ ଟାଟା ଇଣ୍ଡିଗୋ  କାର୍‌ରୁ ପ୍ରାୟ ୫୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିଛି । ଏହାସହ ବାଗୁରାଇ ଗାଁର ଜୀବନଧର ଦାସ ଓରଫ ଚଗୁଲୁଙ୍କୁ ଗିରଫ କରାଯାଇଛି ।

ସେହିପରି ପୁରୁଣାବଜାର ଥାନା ମିର୍ଜାପୁର ଗାଁର ପୋଲିସ ଚଢାଉ କରି ଗୋଟିଏ ହୋଣ୍ଡା ଆକ୍ଟିଭ୍‌ ସ୍କୁଟି ସହିତ ୪୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିଛି । ଗାଡ଼ିରେ ଥିବା ୩ ଜଣ ଘଟଣାସ୍ଥଳରୁ ଫେରାର ହେବାରେ ସଫଳ ହୋଇଛନ୍ତି । ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଏହି ଚଢ଼ାଉରେ ମୋଟ ୯୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି । ଜବତ ମଦ ଓ ଗାଡ଼ିର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *