କଲେଜରେ ଅର୍ଥ ହେରଫେରକୁ ଭିଜିଲାନ୍ସ ଟିମର ତଦନ୍ତ

ସିମୁଳିଆ : ବାଲେଶ୍ଵର ଜିଲ୍ଲା ସିମୁଳିଆ କଲେଜରେ ଅର୍ଥ ହେରଫେରକୁ ନେଇ ଭିଜିଲାନ୍ସ ଟିମର ତଦନ୍ତ ଆରମ୍ଭ ହୋଇଛି ।  ସୂଚନା ଅନୁଯାୟୀ ଭଦ୍ରକ ଭିଜିଲାନ୍ସ ଇନ୍ସପେକ୍ଟର ସୋଲୋଚନା ନାୟକ ଆଜି ସିମୁଳିଆ କଲେଜକୁ ଆସି ପୂର୍ବତନ ପ୍ରିନ୍ସିପାଲ ଅଜୟ କୁମାର ପଣ୍ଡା ୨ କୋଟି ୩୦ ଲକ୍ଷ୍ୟ ଟଙ୍କାର ଅର୍ଥ ହେରଫେର କରିଥିବା ଅଭିଯୋଗରେ ଆସି କଲେଜର ପାର୍କ, କ୍ୟାଂଟିନ, ବାଳିକା ହେଷ୍ଟେଲ, ୧୧,୧୨,୧୩,୧୪ କ୍ଲାସ ରୁମକୁ ଯାଇ ତଦନ୍ତ କରିଥିଲେ । ପରେ ଅଡିଟ ରିପୋର୍ଟ ଓ ବିଭିନ୍ନ ବ୍ୟାଙ୍କ ପାଶବୁକ ନେଇ ଯାଇଥିବାର ଜଣାପଡିଛି । ଏଥିସହ ସେହି ସମୟରେ ଅଧ୍ୟାପକ ଅଧ୍ୟାପିକା ଥିବା ଡ଼. ଚିନ୍ମୟୀ ସେନାପତି, ବିନୟ କୁମାର ଲେଙ୍କା, ଗୋପବନ୍ଧୁ ମିଶ୍ରଙ୍କୁ ପଚରା ଉଚାର କରିଥିଲେ । ପୂର୍ବତନ ଅଧ୍ୟକ୍ଷ ଅଜୟ କୁମାର ପଣ୍ଡା ବହୁତ ନିମ୍ନମାନର କାର୍ଯ୍ୟକରି ଅର୍ଥ ହରିଲୁଟ କରିଥିବା ଉଚ୍ଚ ମାଧ୍ୟମିକ ବୋର୍ଡରେ ଅଭିଯୋଗ ହୋଇଥିଲା । ଆଜି
ଉଚ୍ଚ ମାଧ୍ୟମିକ ବୋର୍ଡଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଭିଜିଲାନ୍ସ ଟିମ ସୋଲୋଚନା ନାୟକ ଓ ଅନ୍ୟ ଜଣେ ଅଧିକାରୀ ଉପସ୍ଥିତ ରହି ତଦନ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *