ଭଦ୍ରକ : ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର । ୨୯ ଲକ୍ଷ ଟଙ୍କା ଲୁଟ ଘଟଣାର ସଂଶ୍ଳିଷ୍ଟ ଥିବା ସୂଚନା । ଭଦ୍ରକ ଜିଲ୍ଲାର ବରପଦା ନିକଟରେ ଏନକାଉଣ୍ଟର ହୋଇଛି । ଦୁଇ ଜଣ ଅପରାଧୀଙ୍କୁ ଗ୍ରାମାଞ୍ଚଳ ଥାନା ବରପଦା ନିକଟରେ ଥିବା ବେଳେ ଭଦ୍ରକ ପୋଲିସ ଏନକାଉଣ୍ଟର କରିଛି । ସେମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ ହୋଇଛି । ପୋଲିସକୁ ପାଲଟା ଆକ୍ରମଣ ହୋଇଥିବା ସୂଚନା ମିଳିଛି । ତେବେ ଅପରାଧୀଙ୍କ ପ୍ରତି ଆକ୍ରମଣରେ ଗ୍ରାମାଞ୍ଚଳ ଥାନା ଅଧିକାରୀଙ୍କ ସହ କେତେକ ପୋଲିସ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଦୁଇ ଅପରାଧୀ ହେଉଛନ୍ତି ସୋର ଅଞ୍ଚଳର ପ୍ରହ୍ଲାଦ ଦାସ ଓ ନୀଳଗିରି ଅଞ୍ଚଳର ସୁଶାନ୍ତ ମଲ୍ଲିକ ବୋଲି ସୂଚନା ମିଳିଛି । ଏନେଇ ପୋଲିସ ଅଧିକ ସୂଚନା ଦେଇନାହିଁ । ଦୁଇ ଅପରାଧୀ ଭଦ୍ରକରେ ଏଟିଏମରୁ ୨୯ ଲକ୍ଷ ଟଙ୍କା ଲୁଟରେ ସମ୍ପୃକ୍ତି ସନ୍ଦେହ କରାଯାଉଛି । ତେବେ ଲୁଟରେ ସମ୍ପୃକ୍ତ ଥିବା ୬ ଅପରାଧୀଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଏନକାଉଣ୍ଟର କରାଯାଇଥିବା ବେଳେ ୪ ଜଣ ଅପରାଧୀଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି । ସେମାନଙ୍କ ନିକଟରୁ ୩ ବନ୍ଧୁକ,୨ ଖଣ୍ଡା, ୪ ମାଗାଜିନ ଜବତ ହୋଇଥିବା ସୂଚନା ମିଳିଛି । ତେବେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଖବର ପାଇ ଯାଇଥିବା ବେଳେ ପୋଲିସକୁ ପ୍ରତି ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଏହି ଗ୍ୟାଙ୍ଗ ବହୁ ଲୁଟରେ ଜଡିତ ଥିବା ସୂଚନା ମିଳିଛି ଓ ଗ୍ୟାଙ୍ଗ ସହ ବିହାର ଲିଙ୍କର ସୂଚନା ମିଳିଛି । ଏନକାଉଣ୍ଟର ହୋଇଥିବା ଦୁଇ ଅପରାଧୀଙ୍କୁ ଅଧିକ ଚିକିତ୍ସା ପାଇଁ ଅନ୍ୟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
