ଭୁବନେଶ୍ୱର : ୨୦୧୭ ମସିହା ମୃତ୍ୟୁ ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ । ୪ ପୋଲିସ କର୍ମଚାରୀଙ୍କ ଉପରେ ହତ୍ୟାକରିଥିବାର ସଂଘୀନ ଅଭିଯୋଗ ଆଣିଲେ ପରିବାର ଲୋକେ । କୋରାଫୁଟ ଜିଲ୍ଲା ପୂର୍ବତନ ଥାନା ଅଧିକାରୀ ତପନ ନାରାୟଣ ରଥ, ପୂର୍ବତନ ସବ ଇନ୍ସପେକ୍ଟର ଶିବପ୍ରଶାଦ ସାହୁ, ରାଜେଶ ବଳିଆରସିଂ ଏବଂ ସେତେବେଳର ଏସଡିପିଓ ରାଜେନ୍ଦ୍ର ପ୍ରସାଦ ସେନାପତି ଉକ୍ତ ଘଟଣାରେ ସଂପୃକ୍ତି ଥିବାର ଅଭିଯୋଗ ହୁଇଛି ଉକ୍ତ ଘଟଣାରେ ସଂପୃକ୍ତି ଥିବାର ଅଭିଯୋଗ ହୁଇଛି ।
ସୂଚନାନୁଯାଇ, ଆକାଶ ମହୁରିଆ ନାମକ ଜଣେ ଯୁବକର ହତ୍ୟା କରି ଦୁର୍ଘଟଣାର ରୂପ ଦେଇଥିବା ପରିବାର ଲେକେ ଅଭିଯୋଗ ଆଣିଥିବାରୁ, କ୍ରାଇମବ୍ରାଞ୍ଚ ନିଜ ଆଡୁ ତଦନ୍ତ ଆରମ୍ଭ କରିବ ବୋଲି ଜଣା ପଡିଛି । ଆକାଶ ନାମରେ ୧୪ ଟି ଅପରାଧ ମାମଲା ରହିଥିବା ବେଳେ ପୁଲିସ ତାକୁ ଧରିବା ପାଇଁ ଯାଉଥିବା ସମୟରେ ଖସିଯିବାକୁ ଚେଷ୍ଟା କରୁଥିବା ରୁ ବାଇକରୁ ପଡି ମୃତ୍ୟୁ ହୋଇଥିବା ତଦନ୍ତ ବେଳେ ପୁଲିସଙ୍କ ଦ୍ୱାରା କୁହାଯାଇଛି ,ହେଲେ ପରିବାର ଲୋକେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଥିଲେ ।
