ବଣାଇ : ଆଜି ବଣାଇ ସହର ସ୍ଥିତ ରାଜା ଧରଣୀଧର ହାଇସ୍କୁଲର ବହୁମୂଖୀ ଖେଳ ପଡିଆରେ ସିସିଆଇଏମ୍ ର ୨୨ ତମ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେ ହଜାର ହଜାର କର୍ମୀଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ଦେଓ ଗାଁ ଛକ ଠାରୁ ବାହାରି ବଣାଇ ମୁଖ୍ୟ ସହର ହୋଇ ବସଷ୍ଟାଣ୍ଡ ଠାରୁ ପ୍ରତ୍ୟାବର୍ତନ କରି ପରେ ବହୁମୂଖୀ ଖେଳପଡିଆ ଠାରେ ପହଂଚିଥିଲେ ଏବଂ ସେଠାରେ ଏକ ଖୋଲା ଅଧିବେଶନର ସଭା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିବା ବେଳେ ସିପିଆଇଏମ୍ ପାଟିର ବହୁ ପୁରୁଖା ତଥା ବରିଷ୍ଠ ନେତା ସିପିଆଇଏମ୍ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ବିଷ୍ଣୁ ମହାନ୍ତି, ଜନାର୍ଦ୍ଦନ ପତି, ପଲିଟିକାଲ ବ୍ୟୁରୋ ସଦସ୍ୟ ସୂର୍ଯ୍ୟ କାନ୍ତ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ସୁନ୍ଦରଗଡ ଜିଲ୍ଲା ସମ୍ପାଦକ ପ୍ରମୋଦ ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଏହି ଖୋଲା ଅଧିବେଶନ ହୋଇଥିବାବେଳେ, ଏଥିରେ ୮ ହଜାରରୁ ଉର୍ଦ୍ଧ୍ୱ ସିପିଆଇଏମ୍ କର୍ମୀମାନେ ଉପସ୍ଥିତଥିଲେ । ରାଜ୍ୟ ଏବଂ ଜିଲ୍ଲାରୁ ଆସିଥିବା ସମସ୍ତ କର୍ମୀମାନେ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଭାଷଣରେ କେନ୍ଦ୍ର ଓ ରାଜ୍ୟର ଅପାରଗତା ଉପରେ ପ୍ରଶ୍ନ କରିଥିଲେ । ଆଗାମୀ ପଂଚାୟତ ନିର୍ବାଚନରେ ଏହା ସ୍ଥାନୀୟ ବିଧାୟକଙ୍କ ଶକ୍ତି ପରୀକ୍ଷା ବୋଲି ବଣାଇରେ ଚର୍ଚ୍ଚା ଜୋର ଧରିଛି ।
