ବିଜେପିର ବିଧାନସଭା ରଣନୀତି

ଭୁବନେଶ୍ବର : ଆସନ୍ତାକାଲି ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବାରୁ ସେଥିପାଇଁ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ବିଧାନସଭା ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତି କରାଯାଇଛି । ବିଧାନସଭାରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ ହୋଇଛି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ସାଙ୍ଗଠନିକ ସମ୍ପାଦକ ମାନସ ମହାନ୍ତି, କୋର କମିଟି ସଦସ୍ୟ ମନମୋହନ ସାମଲ, ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ବିରୋଧ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ, ମୁଖ୍ୟ ସଚେତକ ମୋହନ ମାଝି ଓ ଅନ୍ୟ ବିଧାୟକମାନେ ଉପସ୍ଥିତ ଅଛନ୍ତି । ହେଲେ ଅସୁସ୍ଥତା ଯୋଗୁ ବିରୋଧୀ ଦଳ ନେତା ପ୍ରଦୀପ ନାୟକ ବୈଠକରେ ଯୋଗ ଦେଇନାହାନ୍ତି । ଏ ସଂପର୍କରେ ସୂଚନା ଦେଇ ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି, ବିଧାନସଭାର ଶୀତକାଳୀନ ଅଧିବେଶନରେ ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବି ଜୋରଦାର ହେବ। ଏହାଛଡ଼ା ରାଜ୍ୟର, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଧାନମଣ୍ଡି ଅବ୍ୟବସ୍ଥା ଓ ଆବାସ ଦୁର୍ନୀତି ପ୍ରସଙ୍ଗ ଉଠିବ।

Leave a Reply

Your email address will not be published. Required fields are marked *