୧୮ ରୁ ନିର୍ବାଚନ ସରିଥିବା ବେଳେ, ଏବେ ବି କମିନି ଉତ୍ତେଜନା

ପୁରୀ : ପୁରୀ ଜିଲ୍ଲା ଗୋପରେ ଥମିନି ରାଜନୈତିକ ହିଂସା । ୧୮ ରୁ ନିର୍ବାଚନ ସରିଥିବାବେଳେ, ଏବେ ବି ଉତ୍ତେଜନା କମିନି । ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିବା ବେଳେ, ଆକ୍ରମଣରେ ୨ ଜଣ ବିଜେପି କର୍ମୀ ଗୁରୁତର ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ନିର୍ବାଚନକୁ ନେଇ ରକ୍ତମୁଖା ହୋଇପଡ଼ିଛନ୍ତି ବିଜେଡି କର୍ମୀ । ବଡତରା ପଂଚାୟତ ଗଡରୁପାସ ଗାଁର କାର୍ତିକ ସାହୁ, ପ୍ରତାପ ସାହୁ, ସାଗର ସାହୁ ଶାସକ ଦଳର କର୍ମୀ ହୋଇଥିବା ବେଳେ ବିଜେପି କର୍ମୀ ଉମେଶ ସେଠ୍  ଓ ତାଙ୍କ ଭାଇ ସୁରେଶ ସେଠଙ୍କୁ ବିଜେଡି ସର୍ମଥିତ ପ୍ରାର୍ଥୀଙ୍କ ପାଇଁ କାର୍ଯ୍ୟ କରିବାକୁ ଧମକାଉ ଥିଲେ । ୨ ଭାଇ ନ ଶୁଣିବାରୁ ଉଭୟଙ୍କୁ  ଲୁହା ରଡ ଓ ଖଣ୍ଡାରେ ଆକ୍ରମଣ କରି ମୁଣ୍ଡ ଫଟାଇ ଦେଇଥିବା ଅଭିଯୋଗ ହୋଇଛି । ସଙ୍କଟାପନ୍ନ ଅବସ୍ଥାରେ ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଗୋପ ପୋଲିସ ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *