ଭେଟେଶ୍ବର ଗ୍ରାମରେ ରାଜନୈତିକ ହିଂସା, ବିଜେଡିର ସମର୍ଥିତଙ୍କୁ ମରଣାନ୍ତକ ଆକ୍ରମଣ

ବାଣପୁର : ବାଣପୁର ଭେଟେଶ୍ବର ପଞ୍ଚାୟତର ଭେଟେଶ୍ବର ଗ୍ରାମରେ ରାଜନୈତିକ ହିଂସା ଦେଖାଦେଇଛି । କିଛି ଅସାମାଜିକ ବ୍ୟକ୍ତି ବିଜେଡିର ସମର୍ଥିତ ହାଟୁ ବା ବିଶ୍ବଜିତ ବରାଳଙ୍କୁ ହଠାତ ତାଙ୍କ ଦୁଆରେ ମରଣାନ୍ତକ ଆକ୍ରମଣ କରିଥିଲେ । ତାଙ୍କୁ ଛଡାଇବାକୁ ଯାଇ ତାଙ୍କର ବାପା ମାଧବ ବରାଳଙ୍କ ସମେତ ବଡଭାଇ ସୁରଜିତ ବରାଳ ଓ ସୁମିତ୍ରା ବରାଳ ଆହାତ ହୋଇଛନ୍ତି । ତେବେ ହାଟୁଙ୍କ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ନିମନ୍ତେ ଅନ୍ୟତ୍ର ସ୍ତାନାନ୍ତରିତ କରାଯାଇଛି ।

Leave a Reply

Your email address will not be published. Required fields are marked *