ଭବାନୀପାଟଣା : ନିର୍ବାଚନ ପୂର୍ବରୁ ଚାଲିଛି ଟଙ୍କା ବଣ୍ଟା । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନମଣ୍ଡଳୀ ଅଞ୍ଚଳରେ କିଛି କର୍ମୀମାନେ ଟଙ୍କା ବାଣ୍ଟୁଥିବା ଦେଖିବାକୁ ମିଳିଛି । ମୂଷାପାଲି ଗାଁରେ କିଛି ଲୋକ ବିଜେଡିକୁ ଭୋଟ୍ ଦେବାକୁ କହି ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି । ଟଙ୍କା ବାଣ୍ଟୁଥିବା ସମୟରେ କିଛି ଗ୍ରାମବାସୀ ଓ ବିଜେପି କର୍ମୀ ଯୁବକ ଜଣଙ୍କୁ ଧରିଛନ୍ତି । ଭିଡିଓରେ ଜଣେ ବ୍ୟକ୍ତି ପୁଳାପୁଳା ଶହେଟଙ୍କିଆ ନୋଟ୍ ମଧ୍ୟ ଧରିଥିବା ଦେଖିବାକୁ ମିଳିଛି । ଆଉ ଟଙ୍କାକୁ ନେଇ ଚାଲିଛି ଠେଲାପେଲା । ଏହି ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଛି ।
