ଜଙ୍ଗଲରୁ ମୃତ ହରିଣ ଠାବ

ଭୁବନେଶ୍ଵର : ରାଜଧାନୀ ଉପକଣ୍ଠ ଭଇଁଚୁଆ ଗାଁ ନିକଟ ଜଙ୍ଗଲରୁ ଏକ ମୃତ ହରିଣ ଠାବ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଆଜି ଭୋର୍ ସମୟରେ ହରିଣଟି ଗାଁ ଅଭିମୁଖେ ଆସୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଗାଡ଼ି ସହ ଧକ୍କା ହେବା ପରେ ହରିଣଟି ଘଟଣାସ୍ଥଳରେ ତଳେ ପଡ଼ି ରହିଥିଲା । ପରେ ବାଲିପାଟଣା ବନାଞ୍ଚଳର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ପରୀକ୍ଷା କରିବା ପରେ ହରିଣଟିକୁ ମୃତ ଘୋଷଣା କରିଥିଲେ । ପରେ ମୃତ ହରିଣଟିକୁ ବ୍ୟବଚ୍ଛେଦ ପାଇଁ ଓୟୁଏଟିକୁ ପଠାଇ ଥିବାଜଣାପଡିଛି । ଦୁର୍ଘଟଣା ଘଟାଇଥିବା ଗାଡ଼ିଟିର କୌଣସି ସନ୍ଧାନ ମିଳିନାହିଁ ।

Leave a Reply

Your email address will not be published. Required fields are marked *