ଠିକାଦାରି ସଂସ୍ଥା ସରକାରଙ୍କ ଗେହ୍ଲା ପୁଅ, ଅଞ୍ଚଳବାସୀ ଧୂଳି ଧୂଆଁରେ ଅତିଷ୍ଠ ହୁଅ

ବଣାଇ : ବାରକୋଟ ରୁ ରାଜାମୁଣ୍ଡା ଆଉ ରାଜାମୁଣ୍ଡା ରୁ ବିରମିତ୍ରପୁର କୁ ସଂଯୋଗ କରୁଥିବା ୧୪୩ ନଂ ଜାତୀୟ ରାଜପଥର ରାଜାମୁଣ୍ଡା ବାଇପାସ ଛକ ନିକଟ ଅବସ୍ଥା ଆଖିରେ ନ ଦେଖିଲେ ଜଣେ ବିଶ୍ୱାସ କରି ପାରିବନି । ଏନଏଚଏଆଇ, ପକ୍ଷରୁ ଠିକା ନେଇଥିବା ସଂସ୍ଥାର ମନମାନିକୁ ସୂଚିତ କରୁଥିଲେ ମଧ୍ୟ ସେଥିପ୍ରତି ତାଙ୍କର କୌଣସି ପ୍ରକାର ଦରଦ ନଥିବା ଭଳି ଜଣାପଡୁଛି । ଦୁଇ ଚକିଆ ଯାନ ହେଉ କିମ୍ବା ଚାରି ଚକିଆ ଯାନର ଯାତ୍ରୀ ସେ ରାସ୍ତାରେ ଯିବା ସମୟରେ ଅନୁଭବ କରିପାରୁଥିବେ ଧୂଳି ଧୂଆଁ ଆଉ ପ୍ରଦୂଷଣର ଯନ୍ତ୍ରଣା । ନାଁ ଅଛି ପାଣି ସିଞ୍ଚନର ବ୍ୟବସ୍ଥା ନା ଆଉ କିଛି ? ପ୍ରତିଦିନ ଧୂଳି ଧୂଆଁରେ ଅତିଷ୍ଠ ହେଉଛନ୍ତି । ଅଞ୍ଚଳ ବାସୀ ବର୍ଷ ବର୍ଷ ଧରି କାମ ଚାଲିଥିଲେ ମଧ୍ୟ ସରିବାର ନାଁ ନେଉନାହିଁ । ଏହି ତିନି ମୁହଁ ଛକରେ ପ୍ରତ୍ୟେକ ସମୟରେ ହଜାର ହଜାର ସଂଖ୍ୟାରେ ଗାଡି ମୋଟର ଯିବା ଆସିବା କରୁଥିବା ବେଳେ ପ୍ରଦୂଷଣ ଯୋଗୁଁ ଅନେକ ସମୟରେ ଟ୍ରାଫିକ ଜାମ ହୋଇ ଦୁର୍ଘଟଣା ଘଟୁଥିଲେ ମଧ୍ୟ ଠିକା ସଂସ୍ଥାର ସେଥିପ୍ରତି ନଜର ନାହିଁ । ଏହାର ପ୍ରତିବାଦରେ ଅଞ୍ଚଳ ବାସୀ ଆଗରୁ ଅନେକ ଥର ଆନ୍ଦୋଳନ, ରାସ୍ତାରୋକ କରିଥିଲେ ମଧ୍ୟ ସେଥିପ୍ରତି ପ୍ରଶାସନର ନଜର ପଡୁନାହିଁ । ପ୍ରତ୍ୟେକ ଦିନ ସେହି ରାସ୍ତା ଦେଇ ବଡ଼ ବଡ଼ ବାବୁ, ପ୍ରଶାସନିକ ଅଧିକାରୀ, ରାଜନେତା ଯିବା ଆସିବା କରୁଥିଲେ ମଧ୍ୟ ସେମାନଙ୍କ ନିରବତା ଠିକା ସଂସ୍ଥାକୁ ଭଲ ସୁହେଇ ଥିବା ଜଣାପଡୁଛି, ତେଣୁ ଆଗାମୀ ଦିନରେ ଏହାର ପ୍ରତିକାର ହେବ ନା ନାହିଁ ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *