ସୋର : ଭୟାବହ ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ମାଣିତ୍ରୀ ପଞ୍ଚାୟତ ବନ୍ଧସାହି ଗାଁରେ ଘଟିଛି ଏହି ଅଗ୍ନିକାଣ୍ଡ । ନିଆଁ ଲାଗି ୧୨ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି ।
ଖବର ଅନୁଯାୟୀ, ବନ୍ଧସାହି ଗାଁର ଟିକି ବନ୍ଧଙ୍କର ୧୨ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ବିଦ୍ୟୁତ୍ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ତେବେ ନିଆଁ ଲାଗିଥିବାର ଖବର ପାଇଁ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଡ଼ା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । କିନ୍ତୁ ସେତେବେଳକୁ ଅଗ୍ନିକାଣ୍ଡରେ ସମସ୍ତ ଘର ପୋଡି ପାଉଁଶ ହେବା ସହ ସାମଗ୍ରୀ ନଷ୍ଟ ହୋଇଛି । ଅନେକ ଗୁରୁତ୍ୱପୂର୍ଣ୍ଣ ଜିନିଷ ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି । ତେବେ ସରକାରୀ ସହାୟତା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।
