ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ

ନୟାଗଡ଼ : ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ନୟାଗଡ଼ ରଣପୁର ଆର ଡ଼ି ବିଭାଗର ସହକାରୀ ଯନ୍ତ୍ରୀ ଋଷିନାଥ ବରାଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ହୋଇଥିବା ଜଣାପଡ଼ିଛି । ୪ଟି ସ୍ଥାନରେ ଏକାକାଳୀନ ଭିଜିଲାନ୍ସ ଚଢାଉ କରିଥିବା ଜଣାପଡ଼ିଛି ।

ନୟାଗଡ ସମେତ ଖୋର୍ଦ୍ଧା ଓ ଢେଙ୍କାନାଳରେ ମଧ୍ୟ ଚଢାଉ ଜାରି ରହିଛି । ୪ଟି ଟିମ୍‌ରେ ୪ ଜଣ ଡିଏସ୍‌ପି, ୮ ଇନସ୍ପେକ୍ଟର ଚଢାଉରେ ସାମିଲ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଗୋଟିଏ ପ୍ଲଟ, ଗୋଟିଏ ଚାରିଚକିଆ ଯାନ, ଗୋଟିଏ ଦୁଇ ଚକିଆ ଯାନ, ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା ଜବତ ହୋଇଛି ।

Leave a Reply

Your email address will not be published. Required fields are marked *