ନୀଳଗିରି : ନୀଳଗିରି ଥାନା ଅଧିନ ସଜନାଗଡ ନିକଟରେ ଥିବା ତିନିକୋଶିଆ ଜଙ୍ଗଲରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୂଲ୍ୟବାନ ଶାଳ ଗଛକୁ କାଟିବା ପରେ ଏହା ରାସ୍ତା ମଝିରେ ପଡିଯିବାରୁ ଡକାୟତର ରୂପ ଦେଇ ଜଙ୍ଗଲ ବିଭାଗ ଖସି ଯିବାକୁ ଚେଷ୍ଟା କରିଥିବା ଅଭିଯୋଗ ଉଠିଛି । ସୂଚନାଯୋଗ୍ୟ ନୀଳଗିରି ବନ ବିଭାଗ ଅଧିନ ସଜନାଗଡ଼ ନିକଟରେ ଥିବା ତିନିକୋଶିଆ ଜଙ୍ଗଲରେ କିଛିଦିନ ଧରି କାଠ ମାଫିଆ ସକ୍ରିୟ ହୋଇଛନ୍ତି ।
ଏପରିକି ପୂର୍ବରୁ ବହୁ ଶାଳ ଗଛ କଟିଯିବାର ନଜିର ରହିଛି । ପୁଣି ଗତକାଲି ଏକ ବିଶାଳ ଶାଳ ଗଛ କାଟି ରାସ୍ତାରେ ପଡିଥିଲା । କିଛି ସମୟ ପରେ ସେହିରାସ୍ତା ଦେଇ ବିଜୟା ନାମକ ବସ ଭୁବନେଶ୍ୱର ଯାଉଥିଲା । ଗଛ ଦେଖି ଅଟକି ଯିବାପରେ କିଛି ବ୍ୟକ୍ତି ବସ ଆଗକୁ ଯାଇ ପାରିବନି ଅନ୍ୟ ରାସ୍ତାରେ ଯିବାକୁ କହିଥିଲେ । କିଛି ସମୟ ପରେ ସ୍ଥାନୀୟ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତା ଉପରୁ ହଟାଇ ଥିଲେ ।

ମାଫିଆ ମାନେ ଗଛ କାଟିବା ଅନୁମାନ କରାଯାଉଥିବା ବେଳେ ଏହାକୁ ବସ ଡକାୟତିର ରୂପ ଦିଆଯାଇ ନଜର ହଟେଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ଉଠିଛି । ବସ ଡକାୟତି ହୋଇଥିଲେ ଡକାୟତ ମାନେ ବସ ଅଟକିବା ପରେ ତତକ୍ଷଣାତ ମ।ରଣାସ୍ତ୍ର ଦେଖାଇ ଲୁଟ କରିଥାନ୍ତେ ନଚେତ ଅନ୍ୟ ରାସ୍ତାବାଟେ ଜୋରକରି ନେଇ ଯାଇଥାନ୍ତେ । ପ୍ରକୃତ କଥା ହେଉଛି ଗଛଟି ଜଙ୍ଗଲ ଆଡ଼କୁ ଗଛ ନଗଡ଼ି ରାସ୍ତା ଉପରେ ଗଛଟି ପଡ଼ିଥାଇ ପାରେ ।
ଏପରିକି ଘଣ୍ଟାଏ କାଳ ରାସ୍ତା ଉପରୁ ଗଛକଟା ଯିବାବେଳେ ପୋଲିସ କିପରି ପହଁଚିନଥିଲା । ଗଛଗୁଡିକୁ କାଟି ରାସ୍ତା ସଫାକରି ବନ ବିଭାଗ କାଠ ଗୁଡିକ ଜବତ କରିଥିବା ଜଣାପଡ଼ିଛି । ତେବେ ଏଭଳି ଘଟଣାକୁ ଡିଏଫଓ ନିଜେ ଆସି ତଦନ୍ତ କରି ପ୍ରକୃତ ଘଟଣା ଉପରୁ ପରଦା ହଟାଇବାକୁ ସାଧାରଣ ରେ ଦାବି ହୋଇଛି ।
