ସୋର : ବେଧଡ଼କ ଚାଲିଥିଲା ମଦ କାରବାର । କଟକ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ଓ ବାଲେଶ୍ୱର ଭ୍ରାମ୍ୟମାଣ ଅବକାରୀ ବିଭାଗର ଚଢାଉରେ ଜବତ ହେଲା ବିପୁଳ ପରିମାଣର ମଦ । ଏହା ସହିତ ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ ।
ଖବର ଅନୁଯାୟୀ, ସୋର ଅଞ୍ଚଳରେ ଚୋରା ମଦ କାରବାର ନେଇ ଅବକାରୀ ବିଭାଗ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଅବକାରୀ ବିଭାଗ ଓ କଟକ କେନ୍ଦ୍ରାଞ୍ଚଳ ଟିମ୍ର ଏକ ଟିମ୍ ସୋର ୧୬ ନମ୍ବର ଜାତୀୟ ରାଜପଥ କରୁଡ଼ା ସ୍ଥିତ ଏକ ଢାବା ନିକଟରୁ ଏକ ବୋଲେରୋକୁ ଅଟକ ରଖିଥିଲେ । ଗାଡ଼ିକୁ ଯାଞ୍ଚ ପରେ ସେଥିରୁ ହଜାର ହଜାର ଲିଟର ଦେଶୀ ମଦ ଜବତ ହୋଇଛି । ତେବେ ବୋଲେରୋ ଥିବା ରାସଗୋବିନ୍ଦପୁର ଅଞ୍ଚଳର ସୁନୀଲ ହେମ୍ବ୍ରମ ଓ ସୁଦାମ ମୁର୍ମୁକୁ ଅବକାରୀ ବିଭାଗ ଗିରଫ କରିଛି । ପଶ୍ଚିମିବଙ୍ଗରୁ ଚୋରାରେ ଏହି ଦେଶୀ ମଦ ଭଦ୍ରକ ଦିଗକୁ ଯାଉଥିବାର ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
