ଭୁବନେଶ୍ବର : ପୁଣି ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ । କନ୍ଧମାଳ ଜିଲ୍ଲା ବାଲିଗୁଡା ଜଙ୍ଗଲରୁ ୨ ବ୍ୟବସାୟୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ସେମାନଙ୍କ ନିକଟରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି ।
ଗିରଫ ୨ ବ୍ୟବସାୟୀ ହେଲେ କନ୍ଧମାଳର ଶିବାନନ୍ଦ ମଲ୍ଲିକ ଓ ରାଷ୍ଟ୍ର ଭୋଇ । ତେବେ ଗତ ବର୍ଷକ ମଧ୍ୟରେ ୭ ଟି ଜୀବନ୍ତ ବଜ୍ରକାପ୍ତା ଓ ୧୫ କେଜି ବଜ୍ରକାପ୍ତା କାତି ଜବତ କରାଯାଇଛି । ଏହାସହ ପ୍ରାୟ ୧୦ରୁ ଉର୍ଦ୍ଧ୍ବ ବ୍ୟବସାୟୀଙ୍କୁ ଏସଟିଏଫ ଗିରଫ କରିଛି ।
