କେନ୍ଦୁଝର : ପୁଣି ମନ୍ତ୍ରୀଙ୍କ ଉପରେ ଅଣ୍ଡାମାଡ । କେନ୍ଦୁଝରରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଅଣ୍ଡା ମାଡ଼ । କେନ୍ଦୁଝର ଜିଲ୍ଲା କାଶୀପୂର ଠାରେ ଆଜି ମୁଖ୍ୟମନ୍ତ୍ରଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଥିବା ବେଳେ, ଏହା ପୁର୍ବରୁ ଅଣ୍ଡାମାଡ ହୋଇଛି । ମନ୍ତ୍ରୀ ମଣ୍ଡଳରୁ ବିବାଦୀୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅଣ୍ଡାମାଡ଼ କରାଯାଇଛି । ଏନେଇ ଯୁବମୋର୍ଚା ସଭାପତି ହେମ ରଞ୍ଜନ ବାରିକଙ୍କୁ ଟାଉନ ଥାନା ପୋଲିସ ଅଟକ ରଖିଛି । ତେବେ ମମିତା ମେହେର ହତ୍ୟା କାଣ୍ଡରେ ସମ୍ପୃକ୍ତ ଥିବା ମନ୍ତ୍ରୀ କ୍ୟ।ପ୍ଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି ନେଇ ସାରା ରାଜ୍ୟରେ ଆନ୍ଦୋଳନ ଜୋର୍ ଧରିଛି । ପ୍ରତ୍ୟେକ ରାଜନୈତିକ ଦଳ ତରଫରୁ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିବା ସହ ମମିତାକୁ ନ୍ୟାୟ ଦେବା ଦାବି କରୁଛନ୍ତି । ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନଥିବା ବେଳେ ସରକାରଙ୍କ ପ୍ରତ୍ୟେକ ଦଳିୟ କାର୍ଯ୍ୟକ୍ରମକୁ ବିରୋଧ କରୁଛି ବିରୋଧି । ତେବେ ସରକାର ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଉଛି ବୋଲି ଚର୍ଚ୍ଚା ମଧ୍ୟ ଜୋର୍ ଧରିଛି ।
