ଭାରତୀୟ ଷ୍ଟେଟ ବ୍ୟାଙ୍କ ସାକ୍ଷୀଗୋପାଳ ଶାଖାରେ ଅଗ୍ନିକାଣ୍ଡ

ନିମାପଡା : ବ୍ୟାଙ୍କରେ ନିଆଁ । ଗୁରୁବାର ସକାଳ ପୂର୍ବାହ୍ନ ପ୍ରାୟ ୧୦ ଟା ସମୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ, ସାକ୍ଷୀଗୋପାଳ ଶାଖାରେ ଅଗ୍ନିକାଣ୍ଡ ଘଟିଛି । ତେବେ କେଉଁ କାରଣରୁ ନିଆଁ ଲାଗିଥିଲା ତାହା ସ୍ପଷ୍ଟ ହୋଇପାରି ନାହିଁ ।

ସୂଚନାନୁସାରେ, ଗୁରୁବାର  କୌଣସି କାରଣରୁ ବ୍ୟାଙ୍କରେ ହଠାତ ଅଗ୍ନିକାଣ୍ଡ ଘଟିଥିଲା l ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକ ମାନେ ଜୀବନ ବିକଳରେ ବାହାରକୁ ପଳାଇ ଆସିଥିଲେ l ତୁରନ୍ତ ସାକ୍ଷୀଗୋପାଳ ଦମକଳ କେନ୍ଦ୍ରକୁ ଏନେଇ ସୂଚନା ଦିଆଯାଇଥିଲା । ତୁରନ୍ତ ଆଗ୍ନିକମାନେ ପହଁଚି  ନିଆଁକୁ ଆୟତ୍ତ କରିଥିଲେ l

ଖବର ପାଇ ସତ୍ୟବାଦୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ତେବେ ଅଗ୍ନିକାଣ୍ଡର କାରଣ ଓ କ୍ଷୟକ୍ଷତିର ପରିମାଣ ଏବେସୁଦ୍ଧା ଅସ୍ପଷ୍ଟ ରହିଛି ।

Leave a Reply

Your email address will not be published. Required fields are marked *