ଚୋରା ଚାଲାଣ ବେଳେ ବଜ୍ରକାପ୍ତା କାତି ଜବତ

ଖୋର୍ଦ୍ଧା : ଖୋର୍ଦ୍ଧାରୁ ବିପୁଳ ପରିମାଣର ବଜ୍ରକାପ୍ତା କାତି ଜବତ । ଏହି କାରବାର କରୁଥିବା ଅଭିଯୋଗରେ ୨ଜଣ ଗିରଫ ହୋଇଛନ୍ତି । ଖୋର୍ଦ୍ଧା ବନବିଭାଗ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଧଳାପଥର ଅଂଚଳରେ ଚଢାଉ କରାଯାଇଥିଲା । ଗିରଫ ୨ ଅଭିଯୁକ୍ତ ହେଲେ ନୟାଗଡ଼ ଜିଲ୍ଲା ଫତେଗଡ଼ ଅଂଚଳର ରାଜକିଶୋର ଖୁଣ୍ଟିଆ ଏବଂ ଗୁଣ୍ଡିଚା ଖୁଣ୍ଟିଆ । ବଜ୍ରକାପ୍ତାକୁ ମାରି ତାର ଶରୀରରୁ କାତିକୁ କାଢି ଧଳାପଥର ଠାରେ ବିକ୍ରି କରିବା ଲାଗି ଯୋଜନା ହେଉଥିଲା । ବିଶେଷ ସୂତ୍ରରୁ ଖବର ପାଇ ବନବିଭାଗ ଚଢାଉ କରିଥିଲା । ସେମାନଙ୍କଠାରୁ ବଜ୍ରକାପ୍ତାର ମୃତ ଶରୀରରୁ କଢାଯାଇଥିବା ପ୍ରାୟ ୩ କେଜିରୁ ଅଧିକ କାତିକୁ ବନକର୍ମଚାରୀ ଜବତ କରିଛନ୍ତି । ତେବେ ଏଥିରେ କେବଳ ୨ଜଣ ଯୁବକ ନୁହେଁ ବରଂ ଏକ ବଡ଼ ରାକେଟ କାମ କରୁଥିବା କହିଛନ୍ତି ଖୋର୍ଦ୍ଧା ରେଞ୍ଜର ଅସିତ ମିଶ୍ର ।

Leave a Reply

Your email address will not be published. Required fields are marked *