ଭୁବନେଶ୍ୱର : ଓକାକ୍ ସିଇଓଙ୍କ ହ୍ୱାଟସଆପ ଠକେଇ ଘଟଣା । ଠକେଇର ନାଇଜେରିଆ ଲିଙ୍କ୍ ଥିବା ନେଇ ସ୍ପଷ୍ଟ ହୋଇଛି । ଦିଲ୍ଲୀ ଓ ବାଙ୍ଗଲୋରରୁ ଅପରେଟ କରୁଥିଲେ ହ୍ୟାକର୍ । ଲିଙ୍କ୍ ପଠାଇ ହ୍ୱାଟ୍ସଆପ ଆକାଉଣ୍ଟର କଣ୍ଟ୍ରୋଲ ନେଉଥିଲେ । ନଭେମ୍ବର ୧ ରେ ଦିଲ୍ଲୀରେ ଏଭଳି କ୍ରାଇମ ହୋଇଥିଲା । ସେହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିଲା । ସେ ଚିମେଲନ ଏମାଲୁଏନ ଆନୁଏତାଲୁ ବୋଲି ଜଣାପଡିଥିଲା ।
ତେବେ ଓକାକ ମାମଲାରେ ତାର ମୁଖ୍ୟ ସହଯୋଗୀ ସାମିଲ ରହିଥିବା ନେଇ ଜଣାପଡିଛି । ସେ ଦିଲ୍ଲୀ ପୋଲିସ ଦ୍ୱାରା ମୋଷ୍ଟ ୱାଣ୍ଟେଡ୍ ଥିବା ନେଇ ସୂଚନା ମିଳିଛି । ଓଡିଶା କ୍ରାଇମବ୍ରାଞ୍ଚ ଦିଲ୍ଲୀ ପୋଲିସ ଓ ବାଙ୍ଗଲୋର ପୋଲିସ ସହ ଯୋଗାଯୋଗରେ ଅଛନ୍ତି । ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।
ଏଠାରେ ସୂଚନା ଥାଉ ଯେ, ନଭେମ୍ବର ୧୧ ରେ ଓକାକ ସିଇଓ ମନୋଜ ପଟ୍ଟନାୟକଙ୍କ ହ୍ୱାଟସ ଆପ ନମ୍ବର ହ୍ୟାକ୍ ହୋଇଥିଲା । ହ୍ୱାଟ୍ସଆପ ନମ୍ବର ହ୍ୟାକ୍ କରି ସମ୍ପର୍କୀୟଙ୍କୁ ଟଙ୍କା ମାଗିଥିଲେ ହ୍ୟାକର୍ । ଏପରି କରି ୭ ଲଷ ଟଙ୍କା ଲୁଟି ନେଇଥିଲେ ହ୍ୟାକର୍ । ଜଣେ ସମ୍ପର୍କୀୟଙ୍କ ଫୋନ ଆସିବା ପରେ ସେ ଏ ବିଷୟରେ ଜାଣିବାକୁ ପାଇଥିଲେ । ଏହାପରେ ସହିଦ ନଗର ଥାନାରେ ଅଭିଯୋଗ କରିଥିଲେ ।
ପରେ ୩ଟି ଆକାଉଣ୍ଟକୁ ଟଙ୍କା ଠକେଇ ହୋଇଥିବା ନେଇ ଜଣାପଡିଥିଲା । ହ୍ୟାକରଙ୍କ ବ୍ୟାଙ୍କ ଆକାଉଣ୍ଟ ସିଜ୍ କରିବାକୁ ଚିଠି ଲେଖିଥିଲା କ୍ରାଇମବ୍ରାଞ୍ଚ ।
