ଶୋଇଥିବା ବେଳେ ଘର ଉପରକୁ ବୋମାମାଡ଼

ନିଶ୍ଚିନ୍ତକୋଇଲି : ଘର ଉପରକୁ ବୋମାମାଡ଼ । ଏଥିରେ ଏକ କାର୍‌ ସହ ଘରର କିଛି ଅଂଶ ନଷ୍ଟ ହୋଇଛି । କଟକ ଜିଲ୍ଲା ସାଲେପୁର ଥାନା ଦହପଡ଼ା ଓ ପାଟପୁର ଗାଁରେ ଘଟିଛି ଏହି ଘଟଣା । ପୋଲିସ ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ଗାଁର ରମେଶ ଚନ୍ଦ୍ର ସାମଲଙ୍କ ଘର ଉପରକୁ ଦୁର୍ବୃତ୍ତ ରାତିରେ ଆସି ୪ଟି ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି । ଘରେ ସମସ୍ତ ଶୋଇଥିବା ବେଳେ ଏହି ବୋମାମାଡ଼ ହୋଇଥିବା ସୂଚନା ମିଳିଛି । ତେବେ ବୁଧବାର ସକାଳୁ ରମେଶ ଚନ୍ଦ୍ର ସାମଲ ନିଜ ଆଡ଼ୁ ସାଲେପୁର ଥାନା ଅଭିଯୋଗ କରିବା ପରେ ପୋଲିସ ତନାଘନା ଆରମ୍ଭ କରିଛି ।

ତେବେ ରମେଶଙ୍କ ଭାଇଙ୍କୁ ୪/୫ ଦିନ ପୂର୍ବରୁ ଅଜଣା ଫୋନ୍ ନମ୍ବରରୁ ଧମକ ଆସିଥିଲା । ତେଣୁ କେଉଁ କାରଣରୁ ଏହି ବୋମାମାଡ଼ ହୋଇଛି, ତାହା ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଖୋଳତାଡ଼ ଜାରି କରିଛି । ପୋଲିସର ପ୍ରାଥମିକ ତଦନ୍ତ ପରେ ହିଁ ଘଟଣା ଉପରୁ ପରଦା ହଟିବ ବୋଲି ସ୍ଥାନୀୟଲୋକେ ଆଶା ରଖିଛନ୍ତି ।

Leave a Reply

Your email address will not be published. Required fields are marked *