ଭୁବନେଶ୍ୱର : ମମିତାଙ୍କ ପାଇଁ ବିଜେପିର ଦସ୍ତଖତ ଅଭିଯାନ। ସାଧାରଣ ଲୋକଙ୍କୁ କଳାମାସ୍କ ବାଣ୍ଟୁଛି ଦଳ। ରାଜ୍ୟର ରାଜଧାନୀରେ ଲୋକଙ୍କୁ ସଚେତନ କରୁଛି ବିଜେପି। ଏକ ମାସରୁ ଅଧିକ ଦିନ ବିତି ଯାଇଥିଲେ ବି ମମିତାଙ୍କୁ ନ୍ୟାୟ ମିଳିନାହିଁ । ଏଥରେ ସମ୍ପୃକ୍ତ ଥିବା ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଯାଇନି ବୋଲି ବିଜେପି କହିଛି ।
ଏହି ଘଟଣାରେ ତୁରନ୍ତ ସିବିଆଇ ତଦନ୍ତ ହେବା ସହ କ୍ୟାପଟେନଙ୍କୁ ବହିଷ୍କାର କରିବାକୁ ଦଳ କହିଛି। ଏହି ଦସ୍ତଖତ ଅଭିଯାନରେ ସାଧାରଣଲୋକେ ସାମିଲ ହୋଇଛନ୍ତି ବୋଲି ବିଜେପି କହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିବ୍ୟଶଙ୍କରଙ୍କୁ ନିଜ ଷ୍ଟେଜରେ ବସାଇବା ନିନ୍ଦନୀୟ ବୋଲି ଦଳ କହିଛି । ରାଜ୍ୟବ୍ୟାପୀ ଅନ୍ଦୋଳନ ଦେଖିବାକୁ ମିଳିଛି । ସାମାଜିକ ଅନୁଷ୍ଠାନରୁ ଆରମ୍ଭ କରି ଛାତ୍ରସଙ୍ଗଠନ, ରାଜନୈତିକ ଦଳ ରାଜରାସ୍ତାକୁ ଓହ୍ଲାଇଛନ୍ତି ।
ମମିତା ମେହେର ହତ୍ୟା ଘଟଣାରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ମମିତାଙ୍କ ପରିବାର ଲୋକ । ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ତଦନ୍ତ ଶେଷ କରିବାକୁ ହାଇକୋର୍ଟରେ ଆବେଦନ କରିଛନ୍ତି ମମିତାଙ୍କ ପରିବାର ଲୋକେ । ଗୃହ ସଚିବ, ଡିଜିପି, ବଲାଙ୍ଗିର ଜିଲ୍ଲାପାଳ ଓ ଏସପିଙ୍କୁ ପକ୍ଷଭୁକ୍ତ କରିବାକୁ ଆବେଦନ କରାଯାଇଛି । ଏହାସହ ସିନ୍ଧେଇକେଲା ଆଇଆଇସିଙ୍କୁ ମଧ୍ୟ ପକ୍ଷଭୁକ୍ତ କରିବାକୁ ଆବଦେନ କରିଛନ୍ତି ମମିତାଙ୍କ ପରିବାର ଲୋକେ ।
