ବେଗୁନିଆ : ବେଗୁନିଆ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ କରାଯାଇଥିବା ମଲ୍ଲୀପଦର-ଗୋବିନ୍ଦପୁର ରାସ୍ତା କାର୍ଯ୍ୟ ନିମ୍ନ ମାନର କାରାଯାଇ ଅର୍ଥ ଅତ୍ମସାତ କରାଯାଇଥିବା ନେଇ ଅଭିଯୋଗ ସହ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଗ୍ରାମବାସୀମାନେ ଏ ସଂକ୍ରାନ୍ତରେ ୫ ଟି ସଚିବଙ୍କ ସହିତ ବିଭାଗୀୟ ଉଚ୍ଚ କତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଉକ୍ତ ରାସ୍ତା କାର୍ଯ୍ୟ ପାଇଁ ୨୦ ଲକ୍ଷ ଟଙ୍କାର ଅନୁଦାନ ଆସିଥିବାବେଳେ, ଠିକାଦାର ପିଚୁ ରାସ୍ତା ଉପରେ ନାମକୁ ମାତ୍ର ପିଚୁ ଏବଂ ବଜୁରୀ ଦେଇ ସମସ୍ତ ଅର୍ଥ ବାଟମାରଣା ହୋଇଥିବାର ଅଭିଯୋଗ ହୋଇଥିଲା । ଯାହା ଫଳରେ ରାସ୍ତା କାର୍ଯ୍ୟ ହେବାର ୮ ଦିନ ଭିତରେ ଚିପସ ବଜୁରୀ ଉଠି ରାସ୍ତା ଉପରେ ଗଡୁଛି । ଏହି ରାସ୍ତା ଉପରେ ଦୌନିକ ହଜାର ହଜାର ଲୋକ ଯାତାୟାତ କରୁଥିବାବେଳେ, ବହୁ ଗାଡି ମଟର ଯା ଆସ କରିଥାଏ । ଫଳରେ ଲୋକମାନେ ଯାତାୟାତ କ୍ଷେତ୍ରରେ ବହୁ ଅସୁବିଧାର ସମ୍ମୁୀଖୀନ ହଉଛନ୍ତି । ଏ ସଂକ୍ରାନ୍ତରେ ଗ୍ରାମବାସୀମାନେ ୫ ଟି ସଚିବଙ୍କ ସହିତ ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ, ମୁଖ୍ୟଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ଡିଏସପି ଭିଜିଲାନ୍ସ ଖୋର୍ଦ୍ଧା, ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲା । ଅଭିଯୋଗ ହବା ପରେ ଗତ ୨୩ ତାରିଖ ଦିନ ଏସଡିଓ ଆସି ତିନି ଜାଗାରେ ରାସ୍ତା କାର୍ଯ୍ୟର ମାନ ପରୀକ୍ଷା କରିଥିଲେ । ତୁରନ୍ତ ଏ ଦିଗ ପ୍ରତି ଧ୍ୟାନ ଦବାକୁ ଅଂଚଳବାସୀ ଦାବି କରିଛନ୍ତି ।
