ଵଣାଇ ବ୍ଲକ୍ ଜୋନ୍ (କ)ରେ ବିଜେଡିର ବାଜିମାତ

ଵଣାଇ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି କାର୍ଯ୍ୟ ଗତକାଲି ସକାଳ ୭ଟା ସମୟରୁ ଆରମ୍ଭ ହୋଇଥିବା ବେଳେ, ବଣାଇ ଉପଖଣ୍ଡରେ ମଧ୍ୟ ସମସ୍ତ ବ୍ଲକ ମୁଖ୍ୟ କାର୍ଯ୍ୟାଳୟରେ କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ପ୍ରକ୍ରିୟା ଚାଲିଥିବା ଦେଖିବାକୁ ମିଳିଛି । ସକାଳୁ ସକାଳୁ ପ୍ରାର୍ଥୀମାନଙ୍କ କାଉଣ୍ଟିଙ୍ଗ ଏଜେନ୍ଟ ମାନଙ୍କୁ ଯାଞ୍ଚ କରାଯାଇ ଗଣତି କେନ୍ଦ୍ରକୁ ଛଡ଼ା ଯାଇଥିଲା । ଵଣାଇ ବ୍ଲକ କାର୍ଯ୍ୟାଳୟରେ ଗତକାଲି ବଣାଇ (କ) ଜୋନ୍ ନିମନ୍ତେ ଚାଲିଥିବା ଭୋଟ ଗଣତି କାର୍ଯ୍ୟର ଶେଷ ପର୍ଯ୍ୟାୟର ଚୁଡାନ୍ତ ଫଳାଫଳ ବିଜେଡି ସପକ୍ଷରେ ଯାଇଥିବା ଜଣାପଡିଛି । ଵଣାଇ ବିଜେଡି (କ) ଜୋନ୍ ର ପ୍ରାର୍ଥୀ ବୀର ବିଚିତ୍ର ସେନ ନାୟକ ୯୭୪୧ ଖଣ୍ଡ ଭୋଟ ପାଇ ବିଜେପିର କର୍ମୁ କିସାନ କୁଂ ୩୩୬୧ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଥିବା ବେଳେ, ତୃତୀୟ ସ୍ଥାନରେ ସିପିଆଇ, ଏମ୍ ର ବିଜୟ ବଡନାୟକ ୨୪୧୬ ଏବଂ କଂଗ୍ରେସର କମ୍ଵୁ ଧରୁଆ ୧୦୦୪ ଖଣ୍ଡ ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଛନ୍ତି ଏବଂ ଆଜି (ଖ) ଜୋନ୍ ନିମନ୍ତେ ଗଣତି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ, ସଂଧ୍ୟା ସୁଦ୍ଧା ଏହାର ଫଳାଫଳ ଜଣାପଡ଼ିବ ବୋଲି ଆଶା କରାଯାଉଛି । ଖ ଜୋନ୍ ରେ ଟିକିଏ ମୁକାବିଲା ସତ୍ୱେ ବିଜେଡି ବାଜିମାତ କରିବ ବୋଲି ବଣାଇରେ ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published. Required fields are marked *