ସରକାରୀ ଉଦାସୀନତା ତଳେ, ଆଦିବାସୀ ବିସ୍ଥାପିତ କଂ ଦୁଃଖ।

ବଣାଇ: (ଲୋକନାଥ ସାମଲ)
ସୁନ୍ଦରଗଡ଼ ଜିଲ୍ଲା ବଣେଇ ବ୍ଲକ ଅନ୍ତର୍ଗତ ବନ୍ଧାଭୂଇଁ ଗ୍ରାମର ଆଦିବାସୀ ମାନଙ୍କୁ ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁଯାୟୀ, ସ୍ଥାନୀୟ ଆଦିବାସୀ ମାନଙ୍କୁ ଜଙ୍ଗଲ ଜମି ପଟ୍ଟା ମିଳିଥିଲା ଏବଂ ଅଧିକାର ମିଳିଲା ପରେ ଖୁସିରେ ସେମାନେ ସେହି ଜାଗାରେ ଚାଷ,ଵାଷ, କରି ଜୀବନ ଜୀବିକା ନିର୍ବାହ କରିଆସୁଥିଲେ । କିନ୍ତୁ ୨୦୧୭ ମସିହାରେ ରୁକୁଡା ଡ଼୍ୟାମରେ ଆଦିବାସୀ ମାନଙ୍କର ଘର ସହିତ ଜମି ସଂମ୍ପୂର୍ଣ ଜଳ ମଗ୍ନ ହୋଇ ଯାଇଥିବା ବେଳେ ,ବର୍ତମାନ ସୁଦ୍ଧା କ୍ଷତିପୂରଣ ନ ପାଇ ଜଙ୍ଗଲ ଭିତରେ ଛୋଟ ଛୋଟ କୁଡିଆ କରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଅଛନ୍ତି, ସ୍ଥାନୀୟ ବିସ୍ଥାପିତ ଆଦିବାସୀମାନେ ଏ ବିଷୟରେ ଉପ-ଜିଲ୍ଲାପାଳ ବଣେଇ , ପୁନର୍ବାସ ଓ ଥଇଥାନ ଅଧିକାରୀ ବଣାଇ, ତହସିଲଦାର ବଣାଇ, ରୁକୁଡା ଡ଼୍ୟାମ କାର୍ଯ୍ୟ ନିର୍ବାହୀ ଅଧିକାରୀ ବଣାଇ , ଏବଂ ଜିଲ୍ଲାପାଳ ସୁନ୍ଦରଗଡ଼ଙ୍କୁ ବାରମ୍ବାର ଅଭିଯୋଗ କରିବା ସତ୍ବେ, କୋୖଣସି ପ୍ରକାର ପଦକ୍ଷେପ ନ ନେବା କାରଣରୁ ଆଜି ସୁନ୍ଦରଗଡ଼ ସାଂସଦ ମାନନୀୟ ଶ୍ରୀ ଜୁଏଲ ଓରାମଙ୍କୁ ସୁନ୍ଦରଗଡ଼ ସର୍କିଟ ହାଉସ ଠାରେ ସାକ୍ଷାତକରି ରୁକୁଡା ଡ଼୍ୟାମ ବିସ୍ଥାପିତ ଆଦିବାସୀମାନଙ୍କ ପୁନର୍ବାସ ,ଓ ଥଇଥାନ, ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଅଛନ୍ତି

Leave a Reply

Your email address will not be published. Required fields are marked *