ଡାକ୍ତରଖାନାର ଅଭାବନୀୟ ଚିତ୍ର : ରୋଗୀଙ୍କ ବେଡ୍‌ରେ ଶୋଉଛନ୍ତି କୁକୁର

ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ଚାଲିଥିବା ସ୍ୱାସ୍ଥ୍ୟ ସେବାର ଅସଲ ଟିତ୍ର ଏବେ ପଦାରେ ପଡିଛି । ଏଠାରେ ରୋଗୀମାନେ ତଳେ ଶୋଇଥିବା ବେଳେ ଧୋବ ଫରଫର ବେଡସିଟ୍ ପକା ଖଟରେ କୁକୁରମାନେ ଶୋଇଛନ୍ତି । ମେଡିକାଲ ଓ୍ବାର୍ଡରେ ରାତିର ଏହି ବିକଳ ଦୃଶ୍ୟକୁ କେହି ସୋସିଆଲ୍‌ ମିଡିଆରେ ପୋଷ୍ଟ କରିବା ପରେ ଏବେ ଏହା ଭାଇରାଲ ହେଉଛି ।

ପ୍ରତ୍ୟେକ ଲୋକଙ୍କ ପାଇଁ ମାଗଣାରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ କୋଟିକୋଟି ଟଙ୍କାର ବାର୍ଷିକ ବ୍ୟୟ ବରାଦ କରୁଛନ୍ତି । ହେଲେ ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀଙ୍କ ଖାମଖିଆଲ୍‌ ମନୋଭାବ ଯୋଗୁଁ ସରକାରୀ ଯୋଜନା ସବୁ ବାବୁମାନଙ୍କ ଦ୍ବାରା କିଭଳି ଚାଲିଛି ତାହା ସ୍ପଷ୍ଟ ଜଣାପଡୁଛି । ଏଭଳି ଅବହେଳାକୁ ନେଇ ସ୍ଥାନୀୟ ଲୋକ ତଥା ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଉଚିତ୍ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଲେକେ । ସେପଟେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଲେଚନା କରି ତଦନ୍ତ କରାଯାଇ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଆନନ୍ଦପୁର ଉପଜିଲ୍ଲାପାଳ ।

Leave a Reply

Your email address will not be published. Required fields are marked *