ରାଜଧାନୀରେ ଅଭାବନୀୟ ଘଟଣା, ମୃତଦେହକୁ ଅଧାବାଟରେ ଫିଙ୍ଗି ଚାଲିଗଲେ ବସ୍ କର୍ମଚାରୀ

ଭୁବନେଶ୍ୱର : ରାଜଧାନୀରେ ଅଭାବନୀୟ ଘଟଣା । ମଗିଗଲା ମାନବିକତା । ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ମୃତଦେହକୁ ଫିଙ୍ଗି ଦେଇ ଚାଲିଗଲେ ବସ୍ କର୍ମଚାରୀ । ଗଜପତିରୁ କଟକ ଯାଉଥିଲା ଯାତ୍ରୀବାହୀ ବସ୍ ।

ପଳାଶୁଣୀ ସପ୍ତସତୀ ମନ୍ଦିର ଆଗରେ ବ୍ୟକ୍ତିଙ୍କ ମୃତଦେହକୁ ଓହ୍ଲାଇ ଦେଇ ପଳାଇଲା ବସ୍ । ମୃତକ ଜଣଙ୍କ ହେଲେ ଗଜପତିର ନୀଳକଣ୍ଠ ମଲ୍ଲିକ ବୋଲି ଜଣାପଡିଛି । ତାଙ୍କୁ ଆଣିଥିବା ଦୁଇ ବ୍ୟକ୍ତି ଅଜୟ ମଲ୍ଲିକ ଓ ସଞ୍ଜୟ ଶବର ବୋଲି ଜଣାପଡିଛି ।

ଘଟଣା ସ୍ଥଳରେ ପିସିଆର ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ବସରେ ତାଙ୍କର ମୃତ୍ୟୁ ହୋଇଥିଲା ନା ଆଉ କିଛି ତାହା ଏପର୍ଯ୍ୟନ୍ତ ଜଣାପଡିନି । ପୋଲିସ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *