ଗଜପତି : ମାନବିକତା ଭୁଲିଗଲେ ଶିକ୍ଷକ । ମଦ ପିଇଲେ ଆଉ ପିଲାଙ୍କୁ ମାରି ଲହୁଲୁହାଣ ବି କଲେ । ଗଜପତି ମୋହନା ଅଡ଼ବା ଥାନା ଡେଙ୍ଗାସଖାଲ ବିଦ୍ୟାଳୟରୁ ଆସିଛି ଏପରି ଲଜ୍ଜାଜନକ ଖବର । ମଦ ପିଇ ଛାତ୍ରଛାତ୍ରୀଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ଶିକ୍ଷକ ।
ଶିକ୍ଷକଙ୍କ ମାଡ଼ରେ ୨୦ ଜଣ ଛାତ୍ରଛାତ୍ରୀ ଲହୁ ଲୁହାଣ ହେବା ସହ ସମସ୍ତଙ୍କୁ ଅଡ଼ବା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏନେଇ ଥାନାରେ ଏତଲା ପରେ ଶିକ୍ଷକଙ୍କୁ ଅଟକ ରଖିଛି ପୋଲିସ । ସ୍ଵାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ବିଇଓ । ତେବେ ଏନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଶ ଉପୁଜିଛି ।
