ଗଞ୍ଜାମ : ସ୍କୁଲ ସାମ୍ନାରେ ଚଣା ମୁଢ଼ି ବିକିଲେ ଛାତ୍ର । ନାମଲେଖାରୁ ବଞ୍ଚିତ ହୋଇ ବିଦ୍ୟାଳୟ ସମ୍ମୁଖରେ ଷଷ୍ଠ ଶ୍ରେଣୀର ଛାତ୍ର ଏଭଳି ଅଭିନବ ପ୍ରତିବାଦ କରିଛନ୍ତି । ଏଭଳି ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ପୁରୁଷୋତ୍ତମପୁର କୁମାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ । ବିଦ୍ୟାଳୟରେ ନାମ ଲେଖାଇବାରୁ ବଞ୍ଚିତ ହୋଇ ପାଠପଢ଼ିନପାରି ବିଦ୍ୟାଳୟ ସମ୍ମୁଖରେ । ଛାତ୍ର ଜଣକ ଚଣା, ମୁଢ଼ି, ବିସ୍କେଟ, ଚକଲେଟ ବିକ୍ରି କରୁଛନ୍ତି । ପୁଅର ନାମଲେଖା ପାଇଁ ବାରମ୍ବାର ବିଦ୍ୟାଳୟଠାରୁ ଆରମ୍ଭ କରି ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଦୌଡ଼ିବା ପରେ କୌଣସି ସୁଫଳ ନମିଳିବାରୁ ଏଭଳି ପଦକ୍ଷେପ ନେଇଛନ୍ତି ଛାତ୍ର ଜଣକ ।
ନାମଲେଖା ପାଇଁ ସ୍କୁଲରେ କାଗଜ କଲମ କାର୍ଯ୍ୟ ଏବଂ ମିଠା ଖାଇବା ପାଇଁ ୪ ରୁ ୫ ହଜାର ଟଙ୍କା ମାଗିଥିବା କରିଛନ୍ତି ଛାତ୍ରଙ୍କ ଅଭିଭାବକ । ଏହାପରେ ବିଇଓ ଅଫିସକୁ ବାରମ୍ବାର ଯାଇ ବିଇଓ କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ହେଲେ ଏବିଓ ଛାତ୍ରର ନାମଲେଖା ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ କହିବା ପରେ ବି ସ୍କୁଲ କର୍ତ୍ତୃପକ୍ଷ ନାମ ଲେଖାଇନଥିବା ଅଭିଯୋଗ । ସେପଟେ ଛାତ୍ରଙ୍କ ନାମଲେଖା ପାଇଁ ବାପାଙ୍କୁ ବିଦ୍ୟାଳୟକୁ ଡ଼କାଯାଇଥିବା ବେଳେ ସେ ଆସିନଥିଲେ । ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପ୍ରଧାନ ଶିକ୍ଷୟତ୍ରୀ ।
