ସୁବର୍ଣ୍ଣରେଖା ବନ୍ଦର ଏବଂ ଟାଟା ତରଫରୁ ରିଲିଫ ବଣ୍ଟନ, ସହଯୋଗ କଲେ ବାଲିଆପାଳ ଶିକ୍ଷିତ ବେରୋଜଗାର ସଙ୍ଘର ସଭାପତି ରିଙ୍କୁ ରଞ୍ଜନ

ବାଲିଆପାଳ : ବାଲିଆପାଳ ବ୍ଲକରେ ୪୦ ରୁ ୫୦ ଗ୍ରାମକୁ ସୁବର୍ଣ୍ଣରେଖା ନଦୀରୁ ବନ୍ୟା ପାଣି ଆସି ବହୁତ ଦୁଃଖ ଦେଇଛି । ବନ୍ୟା ଅଞ୍ଚଳ ଗ୍ରାମଗୁଡିକରେ ଏବେ ପାଣି କମୁଛି ସତ କିନ୍ତୁ ଅନେକ ସମସ୍ୟା ବଡୁଛି ।

କିଛି ସମସ୍ୟାର ସମାଧାନ କରିବା ପାଇଁ ଲୋକଙ୍କ ପାଖକୁ ସୁବର୍ଣ୍ଣରେଖା ବନ୍ଦର ଓ ଟାଟା କମ୍ପାନୀର ସୁବର୍ଣ୍ଣରେଖା ପୋଟ ପ୍ରାଇଭେଟ ଲିମିଟେଡ଼ ହେଡ଼ ଏଡମିନଷ୍ଟେସନ କମ୍ୟୁନିଟି ଏନଗେଜେମେଣ୍ଟ ହେଡ଼ ପ୍ରମୋଦ କୁମାର ଏବଂ ତାଙ୍କର ଟିମର ସଦସ୍ୟ ଏବଂ ସଞ୍ଜୀବ ପାତ୍ର, ଶିକ୍ଷିତ ବେକାରୀ ଯୁବକ ସଂଘର ସଭାପତି ରିଙ୍କୁ ରଞ୍ଜନ, ଅଶ୍ୱିନୀ ପାତ୍ର ବନ୍ୟା ଅଞ୍ଚଳ ଲୋକମାନଙ୍କୁ ଚୁଡା, ଗୁଡ, ମୁଢି, ବିସ୍କୁଟ, ପାଣି ବୋତଲ, ଧୂପ କାଠି ଓ ମାଚିସ ହେଉଥିବା ଦେଖିବାକୁ ମିଳିଛି । ମଧୁପୁରା ପଂଚାୟତର ଚୌଧୁରୀକୁଦ ଓ ଚଡ ବସ୍ତ କାଳରୁହି ଗ୍ରାମଗୁଡିକରେ ବନ୍ଦର ପକ୍ଷରୁ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ଯଦି ଆବଶ୍ୟକ ପଡେ ତେବେ ପ୍ରମୋଦ କୁମାର କହିଛନ୍ତି ଅନ୍ୟ କିଛି ସାହାଯ୍ୟ ମଧ୍ୟ କରାଯିବ । ଏହି ଶୁଖିଲା ଖାଦ୍ୟ ବଣ୍ଟନ ପାଇଁ ବିଡିଓ ଦୀପକ କୁମାର ଦାସଙ୍କ ସହିତ ଆଲୋଚନା କରିଥିଲେ ପ୍ରମୋଦ କୁମାର । ଧୀରେ ଧୀରେ ବନ୍ୟା ପ୍ରଭାବିତ ଅନ୍ୟ ଗ୍ରାମଗୁଡିକୁ ଏହି ସବୁ ବ୍ୟବସ୍ତା ଚାଲିଛି ଖୁବ ଶୀଘ୍ର ପହଞ୍ଚିବ ।

Leave a Reply

Your email address will not be published. Required fields are marked *