କେନ୍ଦୁଝର : ଚୋରା କାଠ ବୋଝେଇ ପିକଅପ ଭ୍ୟାନ ଜବତ । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ଦୁବେଇପେଣ୍ଠ ନିକଟରୁ ବନ ବିଭାଗ ଏକ ଚୋରା କାଠ ବୋଝେଇ ପିକଅପ ଭ୍ୟାନ ଜବତ କରିଛି । ଜବତ ସମୟରେ କାଠ ମାଫିଆଙ୍କ ଆକ୍ରମଣରେ ପାଟଣା ଫରେଷ୍ଟର ଆହତ ହୋଇଛନ୍ତି ।
ଘଟଣା ସ୍ଥଳରୁ ବନ ବିଭାଗକୁ ଆକ୍ରମଣ କରି କାଠ ମାଫିଆ ଗାଡି ଛାଡି ଫେରାର ହୋଇଯାଇଥିବା ବେଳେ ବନ ବିଭାଗ ଚୋରା କାଠ ବୋଝେଇ ପିକଅପ ଟିକୁ ଜବତ କରି ପାଟଣା ରେଞ୍ଜ କାର୍ଯ୍ୟାଳୟକୁ ଆଣିଛି । ଜବତ କାଠ ମଧ୍ୟରେ ସାଗୁଆନ ଓ ଗମ୍ଭାରୀ ଗଡ଼ ରହିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ବନ ବିଭାଗ ସୂଚନା ଦେଇଛି ।
