ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ

ଭୋଗରାଇ : ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲା ୧୦ରୁ ଅଧିକ ଦୋକାନ ।  ବାଲେଶ୍ଵର ଜିଲ୍ଲା ଭୋଗରାଇ  ବ୍ଲକରେ ଥିବା  ପ୍ରସିଦ୍ଧ ଶୈବ ପୀଠ ସାମ୍ନାରେ ଥିବା ଦୋକାନ ଜଳିଯାଇଛି । ସୂଚନାନୁସାରେ, ବାବା ଚନ୍ଦନେଶ୍ୱର ମନ୍ଦିର ସମ୍ମୁଖରେ ଥିବା ୧୦ ରୁ ଅଧିକ ଅସ୍ଥାୟୀ ଦୋକାନ ଜଳିଯାଇଛି । ରବିବାର ବିଳମ୍ବିତ ରାତ୍ରରେ ହଠାତ ନିଆଁ ଲାଗିଯାଇଥିଲା । ତୁରନ୍ତ ଗୋଟିଏ ପରେ ଗୋଟିଏ ୧୦ଟି ଦୋକାନ ଘର ଜଳିଯାଇଥିଲା । ତେବେ ଅଗ୍ନିକାଣ୍ଡର କାରଣ ଜଣା ପଡିନଥିବା ବେଳେ ପ୍ରାୟ ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *