ନମ୍ବର ବିହୀନ ଚୋରା କାଠ ବୋଝେଇ ପିକ୍ଅପ୍ ଭ୍ୟାନକୁ ଜବତ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ସାହାରପଡା ଖଣ୍ଡ ଅନ୍ତର୍ଗତ ତେଲିପଡା ନିକଟରୁ ରବିବାର  ପାଟଣା ବନ ବିଭାଗ ଏକ ନମ୍ବର ବିହୀନ ଚୋରା କାଠ ବୋଝେଇ ପିକ୍ଅପ୍ ଭ୍ୟାନକୁ ଜବତ କରିଛି । ପାଟଣା ବନାଞ୍ଚଳ ଅଧିକାରୀ ଟିକେଶ୍ବର ମହାନ୍ତ କାଠ ଚୋରା ଚାଲାଣ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ତେଲିପଡା ନିକଟରେ ସଦଳବଳେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ବନ ବିଭାଗକୁ ଦେଖି କାଠ ମାଫିଆ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ବନବିଭାଗ ଚୋରା କାଠ ବୋଝେଇ ପିକ୍ଅପ୍ ଭ୍ୟାନ ଟିକୁ ଜବତ କରି ପାଟଣା ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଛନ୍ତି । ପିକ୍ଅପ୍ ଭ୍ୟାନରେ ୪ ଟି ବଡ ଗମ୍ଭାରୀ ଗଡ ଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୪୦ ହଜାର ଟଙ୍କା ହେବ ବୋଲି ବନ ବିଭାଗ ସୂଚନା ଦେଇଛି । ଏହି ଚଢାଉ ରେ ବନାଞ୍ଚଳ ଅଧିକାରୀଙ୍କ ସହ ବନପାଳ ସନାତନ ମିଶ୍ର, ବନରଖି ତ୍ରିନାଥ ଜେନା ଓ ମହମ୍ମଦ ଓ୍ବାସିମ୍ ଏବଂ ପାରାକର୍ମଚାରୀ ଚଢାଉରେ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *