ଡ୍ୟାମରେ ଭାସୁଛି ମୃତଦେହ, ଗାଧୋଉ ଥିବା ସମୟରେ ବୁଡି ଯାଇଥିଲେ

କେନ୍ଦୁଝର : ଡ୍ୟାମରେ ଭାସୁଛି ମୃତଦେହ । କେନ୍ଦୁଝର ଜିଲ୍ଲା କାନଝାରୀ ଡ୍ୟାମରେ ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ମୃତକ ଜଣକ ହେଲେ ପଲାଣଘାଟି ଗାର ଇନ୍ଦ୍ରମଣି ନାଏକ । ଇନ୍ଦ୍ରମଣି କାଠ କାମ କରନ୍ତି । ସେ ଗତ ଶୁକ୍ରବାର ଦିନ କିଛି ସାଙ୍ଗମାନଙ୍କ ସହିତ ଏଠାକୁ ଆସି ଗାଧୋଉ ଥିବା ସମୟରେ ବୁଡି ଯାଇଥିଲେ । ତାଙ୍କ ସାଙ୍ଗମାନେ ସେବେଠୁ ଡ଼୍ୟାମରେ  ଖୋଜାଖୋଜି କରୁଥିଲେ ମଧ୍ୟ ପାଇନଥିଲେ । ରବିବାର ମଧ୍ୟ ଅଗ୍ନିଶମ କର୍ମଚାରୀ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନଥିଲା । ତେବେ ସୋମବାର ସକାଳୁ ସକାଳୁ ମୃତଦେହଟି ଭାସୁଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *