ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଲୋଇଁସିହା ବନବିଭାଗ ଅନ୍ତର୍ଗତ ଭାଲୁପାଳିରେ ଗାଁରେ ଅଘଟଣ । ସୋମବାର ସକାଳେ ଚାଷ ଜମିକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣଙ୍କ ହେଲେ ଗୋପାଳ ପୋଢ଼ । ତାଙ୍କ ବୟସ ୪୦ ହେବ ବୋଲି ଜଣାପଡିଛି । ଚାଷ ଜମିରେ ହାତୀ ପଶି ଫସଲ ନଷ୍ଟ କରିଥିବା ସେ ଜାଣିବାକୁ ପାଇଥିଲେ । ଖବର ପାଇ ସେ ଜମିକୁ ଯାଇଥିଲେ । କିନ୍ତୁ ସେଠାରେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଗୋପାଳଙ୍କୁ ୭ ଟି ଦନ୍ତା ହାତୀ ଜମି ଭିତରେ କଚାଡି ମାରିବା ସହ ଦଳି ଦେଇଥିଲେ । ଘଟଣା ସ୍ଥଳରେ ଲୋଇଁସିହା ବନ ବିଭାଗ ପହଁଚି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ, ଭାଲୁପାଳି ଗାଁରେ ୩୧ ଟିକିଆ ହାତୀପଲ ଅଛନ୍ତି । ସେଥିରେ ୭ ଦନ୍ତା ହାତୀ ରହିଛନ୍ତି ।
