ବାଲ୍ୟ ବିବାହ ଚାଲିଥିବା ସମୟରେ ସୂଚନା ପାଇ ପ୍ରଶାସନ ଆସି ବାହାଘର ବନ୍ଦ କରିଥିଲା

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର  ଥାନା ଲଷ୍ମୀ ମନ୍ଦିର ସାହିରେ ଚାଲିଥିଲା ବାଲ୍ୟ ବିବାହ । ଠିକ୍ ସମୟରେ ପହଁଚି ବାହାଘର ବନ୍ଦ କଲା ସାନଖେମୁଣ୍ଡି ପ୍ରଶାସନ ।  ସାନଖେମୁଣ୍ଡି ସିଡିପିଓ ଅର୍ଚ୍ଚନା କଅଁର, ତହସିଲଦାର ଡ଼ଃ ଶ୍ରୀନିବାସ ବେହେରା, ପାଟପୁର ପୋଲିସ, ଚାଇଲଡ ଲାଇନ ପହଁଚି ବାହାଘରକୁ ବନ୍ଦ କରିଥିଲେ । ସୂଚନାନୁସାରେ, ପ୍ରଶାସନକୁ ବାଲ୍ୟ ବିବାହ ଚାଲିଥିବା ନେଇ ସୂଚନା ମିଳିଥିଲା । ମଧ୍ୟାହ୍ନ ସମୟରେ ପ୍ରଶାସନ ଉଭୟ ପୁଅ ଏବଂ ଝିଅଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚି ବାଲ୍ୟ ବିବାହ ଏକ ଅପରାଧ ବୋଲି ବୁଝାଇଥିଲେ । ଏହା ସହ ଏହି ଅପରାଧ ଦ୍ୱାରା ଦଣ୍ଡ ବିଧାନ ବିଷୟବସ୍ତୁ ବାବଦରେ ସଚେତନ କରାଇଥିଲେ ।  ଉଭୟ ପରିବାର ବର୍ଗ ବୁଝି ବାହାଘର ବନ୍ଦ ପାଇଁ ରାଜି ହୋଇଥିଲେ । ଆହୁରି ମଧ୍ୟ ପ୍ରଶାସନ ପୁଅ ଝିଅଙ୍କ ପରିବାର ନିକଟରୁ ଲିଖିତ ଚୁକ୍ତି ପତ୍ର ସ୍ବାକ୍ଷର କରିଥିଲା ।

Leave a Reply

Your email address will not be published. Required fields are marked *