ବେଆଇନ କଇଁଛ କାରବାର ରାକେଟକୁ କାବୁ କରିଛି ପୋଲିସ

ଚଣ୍ଡିଖୋଲ : ଦୀର୍ଘଦିନ ଧରି ଚାଲିଥିବା ବେଆଇନ କଇଁଛ କାରବାର ରାକେଟକୁ କାବୁ କରିଛି ପୋଲିସ । ଛତିଆ ଫାଣ୍ଡି ଅଧିକାରୀ ଗୋବର୍ଦ୍ଧନ ନାୟକ ସଦଳବଳେ ଚଢଉ କରି କଇଁଛମାନଙ୍କୁ ଉଦ୍ଧାର କରିଛନ୍ତି । ସୂଚନା ଅନୁସାରେ  ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ସୋଲର ପଞ୍ଚାୟତର ମୁଳିଝର ମୁଣ୍ଡା ସାହିରେ କଇଁଛ ଚୋରା କାରବାର ଚାଲିଥିଲା । ସୁକଦେବ ମଣ୍ଡଳ ନାମକ ଜନୈକ ବ୍ୟକ୍ତିଙ୍କ ଘରେ ଡିଲ୍ ବେଳେ ପୋଲିସ ଚଢଉ କରିଥିଲା ।  ସେଠାରୁ ୫୦ କେଜିରୁ ଉର୍ଦ୍ଧ୍ୱ  ମଧୁର ଜଳ କଇଁଛକୁ ଉଦ୍ଧାର କରାଯାଇଥିଲା ।  ଘଟଣାରେ ସଂପୃକ୍ତି ଥିବା ଅଭିଯୋଗରେ ପୋଲିସ କୋଲକାତାର ଅଜୟ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ତେବେ ଅନ୍ୟ ଜଣେ ଖସି ଯାଇଥିଲା । ଖବର ପାଇ  ଯୋଡ଼ା ବନାଞ୍ଚଳ ଅଧିକାରୀ  ସରୋଜ କୁମାର ମଲ୍ଲିକ ସଦଳବଳେ  ଛତିଆ ଫାଣ୍ଡିରେ ପହଞ୍ଚି କଇଁଛ ଗୁଡିକୁ ଆଣିଛନ୍ତି ।

Leave a Reply

Your email address will not be published. Required fields are marked *