ଦିନ ଦ୍ବିପ୍ରହର ରେ ବନ୍ଧୁକ ମୁନରେ ଲୁଟ୍

ଵଣାଇଗଡ: ରିପୋର୍ଟ (ଲୋକନାଥ ସାମଲ).
ଵଣାଇଗଡ ସବ୍ ଡିଭିଜନ ଲହୁଣୀପଡ଼ା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ସମରଦରି ଠାରେ ଥିବା ବିଦେଶୀ ମଦ ଦୋକାନ ରୁ ଆଜି ମଧ୍ୟାହ୍ନ ରେ ବନ୍ଧୁକ ମୁନରେ ଲୁଟ୍ ହୋଇଥିବା ଜଣାପଡିଛି। ଘଟଣା ରୁ ପ୍ରକାଶ ଯେ ଆଜି ମଧ୍ୟାହ୍ନ ରେ ଦୋକାନ ରେ ଦୁଇ ଜଣ ସେଲସମେନ । ଗ୍ରାହକ ମାନଙ୍କୁ ମଦ ବିକ୍ରି କରୁଥିବା ସମୟରେ, ହଠାତ୍ ଚାରୋଟି ବାଇକ୍ ରେ ଗ୍ରାହକ ବେଶରେ ଲୁଟେରା ମାନେ ଆସି ଅତର୍କିତ ଭାବେ , ଦୋକାନ ରେ ପଶି ସେଲସମେନ କଂ ମୁଣ୍ଡରେ ବନ୍ଧୁକ ଲଗାଇ କେସ କାଉଣ୍ଟର ରୁ(ଟ ୨୦.୦୦୦) କାଂ ଲୁଟ କରି ବାଇକ୍ ଯୋଗେ ତୁରନ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଖବର ପାଇ ଲହୁଣୀପଡ଼ା ପୋଲିସ ପହଞ୍ଚି ଘଟଣା ସମ୍ପର୍କରେ ଅନୁସନ୍ଧାନ କରାଯାଉଥିବା ଜଣାପଡିଛି, ବଣାଇ ଉପଖଣ୍ଡ ରେ ମାସେ ମଧ୍ୟ ରେ ୨ଟି ଜନସେବା କେନ୍ଦ୍ର ସହିତ ଏବେ ରାସ୍ତା କଡ଼ର ଦୋକାନି ମାନଙ୍କୁ ଲୁଟେରା ଗ୍ୟାଙ୍ଗ ବନ୍ଧୁକ ମୁନରେ ଟାର୍ଗେଟ କରୁଥିବାବେଳେ ଜନସାଧାରଣ ମଧ୍ୟ ଭୟଭୀତ ଅବସ୍ଥାରେ ରହୁଥିବା ଦେଖିବାକୁ ମିଳିଛି

Leave a Reply

Your email address will not be published. Required fields are marked *