ନଦୀ କୁ ଡେଇଁ ମହିଳା ଙ୍କ ଆତ୍ମହତ୍ୟା ଉଦ୍ୟମ
ଆନ୍ଦୋଳନ ନ୍ୟୁଜ ତା୨୯/୧୦/୨୧
ଵଣାଇଗଡ: ରିପୋର୍ଟ (ଲୋକନାଥ ସାମଲ)
ଵଣାଇ ସଦର ମହକୁମା ଠାରୁ ୧୦କି:ମି ଦୂର ଜାଙ୍ଗଡା ଗ୍ରାମ ନିକଟରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ନୂତନ ସେତୁ ଉପରୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି।
ଘଟଣା ରୁ ପ୍ରକାଶ ରୁଗୁଡା ଗ୍ରାମ ର ପାନ ମାଝୀ (୩୫) ଗତକାଲି ଅପରାହ୍ନରେ ଘରୋଇ ମନୋମାଳିନ୍ୟ ଯୋଗୁଁ ନିଜକୁ ଅସହାୟ ମନେ କରି, ନିକଟରେ ଥିବା ବ୍ରାହ୍ମଣୀ ନଦୀ ପୋଲ ଉପରୁ ତଳକୁ ଡେଇଁ ପଡ଼ିଥିଲେ।
ସେ ସମୟରେ ପୋଲ ଉପର ଦେଇ ଯାଉଥିବା ଲୋକମାନେ ଏହାଦେଖି ପାଟି କରିବାରୁ,ପୋଲ ନିକଟରେ ଡଙ୍ଗା ନେଇ ମାଛ ଧରୁଥିବା ଧିଵର ମାନେ ସଙ୍ଗେ ସଙ୍ଗେ ମହିଳା ନିକଟକୁ ଯାଇ ତାକୁ ପାଣିରୁ ଉଦ୍ଧାର କରିଥିଲେ।ପରେ ତାଙ୍କୁ କୂଳକୁ ଅଣାଯାଇ ଚିକିତ୍ସା ନିମନ୍ତେ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିବା ଜଣାପଡିଛି
