ଵଣାଇ: ରିପୋର୍ଟ (ଲୋକନାଥ ସାମଲ)
କେନ୍ଦ୍ରସରକାର କଂ ଦ୍ଵାରା ବର୍ତ୍ତମାନ ସାରା ଦେଶରେ ଦରଦାମ ର ଅହେତୁକ ବୃଦ୍ଧି ଯୋଗୁଁ ଜନସାଧାରଣ ନିର୍ଯ୍ୟାତନା ଓ ଶୋଷଣ ର ଶିକାର ହେଉଥିବା ଯୋଗୁଁ , ଗତକାଲି ଠାରୁ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟ ରାଜଧାନୀ ରୁ ଆରମ୍ଭ ହୋଇଥିବା ପ୍ରତିବାଦ ଓ ବିକ୍ଷୋଭ, ଆଜି ସାରା ରାଜ୍ୟର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ପ୍ରତିଫଳିତ କରାଯିବା ପରିପ୍ରେକ୍ଷୀରେ ଆଜି ଵଣାଇ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ବିଜୁ ଶ୍ରମିକ ସାମୁଖ୍ୟ ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ କଂ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ, ଦେଓଗାଁ ଛକଠାରୁ ବିଜୁ ଜନତା ଦଳର ସମସ୍ତ ମହିଳା କର୍ମୀ କଂ ଦ୍ଵାରା ହାତରେ ଵେନର ଓ ଗ୍ୟାସ ସିଲିଣ୍ଡର ନେଇ ଏକ ଶୋଭାଯାତ୍ରାରେ ବାହାରି ବଣାଇ ଉପଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ବିକ୍ଷୋଭ ଓ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା।ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏଥିରେ ବଣାଇ ର ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ରଣଜିତ୍ କିସାନ, ବିଜୁ ଶ୍ରମିକ ସାମୁଖ୍ୟ ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ମୁଖପାତ୍ର ସୁନ୍ଦର ମଣି ପ୍ରଧାନ କଂ ସମେତ ବିଜୁ ଜନତା ଦଳର ବହୁସଂଖ୍ୟାରେ ମହିଳା କର୍ମୀ ମାନେ ଯୋଗ ଦେଇ ଥିବାର ଦେଖାଯାଇଥିଲା
