ଦନ୍ତାହାତୀ ଆକ୍ରମଣରେ ମହିଳା ଗୁରୁତର

ବଣାଇ (ଲୋକନାଥ ସାମଲ) : ଵଣାଇ ରେଞ୍ଜ ଟିକାୟତ ପାଲି ସେକ୍ସନ ଅନ୍ତର୍ଗତ କନ୍ତସରା ଗ୍ରାମ ରେ ଆଜି ସକାଳୁ ହାତୀ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ହୋଇଥିବା ଜଣାପଡିଛି I ଘଟଣା ରୁ ପ୍ରକାଶ ଯେ ଗତ ରବିବାର ଠାରୁ ଵଣାଇ ସହର ନିକଟରେ ଥିବା ଗୋଠଛଡା ଦୁଇଟି ଦନ୍ତାହାତୀ ଆଜକୁ ପ୍ରାୟ ଏକମାସ ହେବ , ଵଣାଇ ଅଞ୍ଚଳରେ ଆତଙ୍କ ଚଳାଇଥିବା ବେଳେ ଆଜି ସକାଳେ କନ୍ତସରା ଗ୍ରାମ ରେ ଜଣେ ବୃଦ୍ଧା ଘର ସାମନାରେ ବାସନ ମାଜିବା ସମୟରେ ଦନ୍ତାହାତୀ ଆକ୍ରମଣର ଶିକାର ହୋଇଥିଲେ । ଅନୁରୂପ ଭାବେ ଗତକାଲି ସକାଳେ ମଧ୍ୟ ଦରେଇକଳା ଗ୍ରାମ ର ବନ୍ଦିତା ପାତ୍ର ପ୍ରାତଃ ଭ୍ରମଣରେ ଯାଉଥିବା ସମୟରେ ହଠାତ୍ ହାତୀ ହାବୁଡରେ ପଡି ଆକ୍ରମଣର ଶିକାର ହୋଇଥିଲେ । ଖବର ପାଇ ସଙ୍ଗେ ସଙ୍ଗେ ବନବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ଦୁହିଁଙ୍କୁ ରାଉରକେଲା ସରକାରୀ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ବଣାଇ ରେଞ୍ଜ ଅଧିକାରୀ କଂ ନେତୃତ୍ବରେ ସମସ୍ତ କର୍ମଚାରୀଙ୍କୁ ନେଇ ଗ୍ରାମ ନିକଟରୁ ଜଙ୍ଗଲ ମଧ୍ୟ କୁ ହାତୀ ଘ ଉଡ଼ାଇବାକୁ ଉଦ୍ୟମ କରୁଥିବା ବେଳେ ଗାଁ କୁ ଗାଁ ବୁଲି ମାଇକ ଯୋଗେ ଲୋକ ମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଉଛି I

Leave a Reply

Your email address will not be published. Required fields are marked *