କାମାକ୍ଷାନଗର : କାମାକ୍ଷାନଗରରେ ପୁଣି ଧଳା ଜହର କାରବାରର ପର୍ଦ୍ଦାଫାଶ । ୧୦ ଗ୍ରାମ ବ୍ରାଉନସୁଗାର ସହ ଜଣକୁ ଉଠାଇନେଲା ଢେଙ୍କାନାଳ ଅବକାରୀ ସ୍ପେଶାଲ ସ୍କ୍ବାଡ୍ । ଗିରଫ ବେପାରୀ ଜଣକ ହେଲେ କାମାକ୍ଷାନଗର ଗୋଡିସାହିର ଦେବେନ୍ଦ୍ର ପାତ୍ର ।
ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବା ବୋଲି ସୂଚନା ମିଳିଛି । ତେବେ ଏହି କାରବାରର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାର ଛାନଭିନ୍ ଜାରି ରଖିଛି ଅବକାରୀ ବିଭାଗ ।
