ବଣାଇ!(ରିପୋର୍ଟ ଲୋକନାଥ ସାମଲ)
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା କାଣ୍ଡରେ ସମ୍ପୃକ୍ତି ଅଭିଯୋଗ ଆସୁଥିବା ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟ ଶକଂର ମିଶ୍ର କଂ ଇସ୍ତଫା । ତଥା ଘଟଣା ର ସିବିଆଇ ତଦନ୍ତ ଦାବିରେ ଆଜି ବଣାଇ ବିଜେପି ସାଂଗଠନିକ ଜିଲ୍ଲା ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ,ଏକ ବିରାଟ ଶୋଭାଯାତ୍ରାରେ ଯାଇ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବଣାଇଁ କ ଜରିଆରେ ରାଜ୍ୟ ମୁଖ୍ୟ ପୋଲିସ ମହାନିର୍ଦ୍ଦେଶକ କଂ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି
ବିକ୍ଷୋଭ ପ୍ରଦର୍ଶନ ରେ ମାନ୍ୟବର ସୁନ୍ଦରଗଡ଼ ସାଂସଦ ଶ୍ରୀ ଯୁକ୍ତ ଜୁଏଲ ଓରାମଙ୍କ ସମେତ, ଜିଲ୍ଲା ସଭାପତି ଅନୀଲ ବାର୍ଲା, ବଣାଇ ମଣ୍ଡଳ ସଭାପତି ହେମନ୍ତ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଯୁବମୋର୍ଚ୍ଚା ସଭାପତି ଶାନ୍ତନୁ ଦାସ,ଆଲାଦ ବଢେଇ, ମହିଳା ମୋର୍ଚ୍ଚା, କଂ ସମେତ ବହୁସଂଖ୍ୟାରେ ଦଳୀୟ କର୍ମୀ ମାନେ ଯୋଗ ଦେଇ ଥିଵାର ଦେଖାଯାଇଥିଲା
