ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ଵଣାଇଗଡ ! ରିପୋର୍ଟ (ଲୋକନାଥ ସାମଲ)
ଵଣାଇ: ସର୍ବସାଧାରଣ ଙ୍କ ମଧ୍ୟରେ ଦୁର୍ନୀତି ବିରୋଧରେ ଲଢେ଼ଇ ନିମନ୍ତେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ଠାରୁ ସାରା ରାଜ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟ କ୍ରମ ଆରମ୍ଭ ହୋଇଯାଇଛି
ଏହି ଅବସରରେ ଆଜି ବଣାଇ ଉପଖଣ୍ଡ ରେ ମଧ୍ୟ ରାଉରକେଲା ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ସହରର ସତସଙ୍ଗ କେନ୍ଦ୍ର ନିକଟରୁ ଏକ ଶୋଭାଯାତ୍ରା ବାହାର କରାଯାଇ ସହର ପରିକ୍ରମା କରାଯାଇ ଥିଲା
ଏହାକୁ ମୁଖ୍ୟ ଅତିଥି ଭାବେ ବଣାଇ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଦୀପ ଡାଙ୍ଗ ଯୋଗଦେଇ ଶୁଭାରମ୍ଭ କରିଥିଲେ। ଏଥିରେ ବଣାଇ ର ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ କଂ ସହିତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ର କର୍ମ କର୍ତ୍ତା ଶୋଭାଯାତ୍ରା ରେ ସାମିଲ ହୋଇଥିଲେ। ଏହାକୁ ମୁଖ୍ୟତଃ ରାଉରକେଲା ଦୁର୍ନୀତି ନିବାରଣ ବିଭାଗର ଅଧିକାରୀ ରଞ୍ଜନ କୁମାର ଦାସ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିମଳେନ୍ଦୁ ଶତପଥୀ ପ୍ରମୁଖ କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିବାବେଳେ ବଣାଇ ପୋଲିସ ର ଏସ୍, ଆଇ ମଧୁସ୍ମିତା ସିଂ ମଧ୍ୟ କାର୍ଯ୍ୟ କ୍ରମ ରେ ସହାୟତା ପ୍ରଦାନ କରିଥିଲେ

Leave a Reply

Your email address will not be published. Required fields are marked *