ବାରିପଦା : ବିପୁଳ ପରିମାଣର ଗଞ୍ଜେଇ ଜବତ । ଶନିବାର ରାତିରେ ବାରିପଦା ପୋଲିସ ୨୧ କିଲୋ ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ପାସେଞ୍ଜର ବସ୍ରେ ଗଞ୍ଜେଇ ନେଇ କଲିକତା ଯିବା ପାଇଁ ଯାତ୍ରୀ ପ୍ରତିକ୍ଷାଳୟରେ ବସିଥିଲେ । ତେବେ ପୋଲିସର ଚେକିଂ ସମୟରେ ୨ଜଣ ମହିଳା ଓ ଜଣେ ଯୁବକଙ୍କ ବ୍ୟାଗରୁ ଗଞ୍ଜେଇ ବାହାରିଥିଲା । ୩ ଜଣଙ୍କ ପାଖରୁ ୩ଟି ବ୍ୟାଗ ଭର୍ତ୍ତି ୧ କିଲୋ ଲେଖାଏଁ ୨୧ ପ୍ୟାକେଟ ଅର୍ଥାତ୍ ପ୍ରାୟ ୨୧ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିଲା ପୋଲିସ । ପ୍ରାଥମିକ ତଦନ୍ତରୁ ସମସ୍ତ ଅଭିଯୁକ୍ତ ପଶ୍ଚିମବଙ୍ଗର ମୁର୍ସିଦାବାଦ ଅଞ୍ଚଳର ବୋଲି ଜଣାପଡିଛି । ପୋଲିସ ଘଟଣାର ଅଧିକ ତଦନ୍ତ ଜାରୀ ରଖିଛି ।
