ପୋଖରୀରୁ ମିଳିଲା ନିଖେଜା ଶିଶୁର ମୃତଦେହ, ହତ୍ୟା ସନ୍ଦେହ

ଜଳେଶ୍ୱର : ଗାଁ ପୋଖରୀରୁ ମିଳିଲା ନିଖେଜା ଶିଶୁର ମୃତଦେହ । ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛନ୍ତି ପରିବାର ଲୋକେ  । ଏପରି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ସଦର ବ୍ଲକ ନିମା ଗ୍ରାମରେ । ସୂଚନାନୁସାରେ, ଗ୍ରାମର ଉମାକାନ୍ତ ପ୍ରଧାନଙ୍କ ଦୁଇ ବର୍ଷର ଶିଶୁ କନ୍ୟା ସାଇସ୍ମିତା ଶନିବାରଠୁ ନିଖୋଜ ଥିଲେ ।  ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । କିନ୍ତୁ କୌଣସି ପତ୍ତା ମିଳିନତିଲା ।  ଝିଅକୁ ନପାଇବାରୁ ସେମାନେ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ମଧ୍ୟ ସାଇସ୍ମିତାର ନିଖୋଜ ଅଭିଯୋଗ ଆଧାରରେ ତଦନ୍ତ କରୁଥିଲା । ତେବେ ରବିବାର ସକାଳେ ଗାଁ ପାଖ ପୋଖରୀରୁ ଉଦ୍ଧାର ହୋଇଥିଲା ସାଇସ୍ମିତାର ମୃତଦେହ ।  ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ସନ୍ଦେହ କରୁଛନ୍ତି । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *