ରକ୍ଷଣାବେକ୍ଷଣ ଅଭାବରୁ ପୋତି ହେବାକୁ ଯାଉଛି ଅଇଁଳାପାଲି ଗ୍ରାମର ଐତିହାସିକ ରାଜବନ୍ଧ

ବୌଦ୍ଧ : ବୌଦ୍ଧଜିଲ୍ଲା ସଦର ବ୍ଲକ ଅଇଁଳାପାଲି ପଂଚାୟତର ଅଇଁଳାପାଲି ଗ୍ରାମ ଠାରେ ଥିବା ଐତିହାସିକ ରାଜବନ୍ଧ ଏବେ ତାର ଅସ୍ଥିତ୍ୱ ଦିନକୁ ଦିନ ହରାଇବାକୁ ବସିଲାଣି। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ବନ୍ଧଟି ପୋତି ହେବାକୁ ଯାଉଛି । ଫଳରେ ଖରାଦିନେ ବନ୍ଧରେ ପର୍ଯ୍ୟପ୍ତ ପାଣି ରହୁ ନ ଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ଯାହାକି ଏହି ସମୟରେ ଅଂଚଳବାସୀ ଜଳକଷ୍ଟର ସମ୍ମୁଖୀନ ହୋଇଥାନ୍ତି । ବୌଦ୍ଧ ଗଡଜାତ ରାଜାଙ୍କ ସମୟରେ ଏହି ଐତିହାସିକ ରାଜବନ୍ଧଟି ଖୋଳାଯାଇଥିବା ଜଣାଯାଏ । ରାଜଙ୍କ ଉଦ୍ୟମରେ ଏକ ନିଦ୍ଦିଷ୍ଟ ସଂପ୍ରଦାୟର ତିନି ଭାଇ ଜଣେ ଚନ୍ଦ୍ରପୁର ଠାରେ ରାଜମୁଣ୍ଡା ଓ ଅନ୍ୟ ଦୁଇଭାଇ ଅଇଁଲାପାଲି ଠାରେ ରାଜବନ୍ଧ ଓ ଆଉ ଜଣେ ବାଉଁଶୁଣୀ ନିକଟରେ ଡୁଙ୍ଗୁରିବନ୍ଧକୁ ଖୋଳାଇଥିଲେ । ଅଇଁଳାପାଲି ଗ୍ରାମ ଠାରେ ଥିବା ରାଜବନ୍ଧ ପ୍ରାୟ ୧୫ ଶହ ଏକର ଜାଗା ଉପରେ ଏହି ବନ୍ଧଟି ଖୋଳାଯାଇଥିବା କୁହାଯାଉଛି । ସେହି ସମୟରେ ପାନୀୟ ଜଳର ଘୋର ସମସ୍ୟା ଦେଖାଦେଉଥିବା ବେଳେ ଏହି ରାଜବନ୍ଧ ଲୋକଙ୍କ ପାଇଁ ସାହା ହୋଇଥିଲା । ପ୍ରାୟ ଆଠରୁ ଦଶ ଖଣ୍ଡ ଗ୍ରାମର ଲୋକେ ପାନୀୟ ଜଳ ସହିତ ଗାଧୋଇବା ଓ ଜଳ ସେଚନ ପାଇଁ ଏହି ପାଣିକୁ ବ୍ୟବହାର କରୁଥିଲେ ।

Leave a Reply

Your email address will not be published. Required fields are marked *