ପଥର ଖଣିରେ ଭାସୁଛି ଅଜଣା ଯୁବକ ର ମୃତଦେହ

ଜଟଣୀ : ଖଣି ପୋଖରୀରେ ଭାସୁଛି ମୃତଦେହ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ଆଇସିଏଲ୍‌ ତେଲ ଡିପୋ ରାସ୍ତା ନିକଟରେ ଥିବା ପଥର ଖଣିରେ ଭାସୁଛି ମୃତଦେହ । ମୃତକଙ୍କ ପରିଚୟ ଏବେ ଯାଏଁ ମିଳିପାରିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ବୁଧବାର ସକାଳ ସମୟରେ ଆଇଓସିଏଲ୍‌ ତେଲ ଡିପୋ ନିକଟ ରାସ୍ତାରେ ଏକ ପଥର ଖଣି ରହିଛି । ଖଣିରୁ ବର୍ଷା ପାଣି ଜମିରହିଥିବା ବେଳେ ଏକ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟଲୋକେ ମୃତଦେହ ଦେଖି ତୁରନ୍ତ ସ୍ଥାନୀୟ ଥାନାକୁ ଖବର ଦେଇଥିଲା । ମୃତଦେହ ସଂପର୍କରେ ଖବର ପାଇ ଜଟଣୀ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଘଟଣାସ୍ଥଳରୁ ମୃତଦେହକୁ ଜବତ କରିଛି । ଅଜଣା ବ୍ୟକ୍ତିଙ୍କ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଯାଇଛି । ରିପୋର୍ଟ ଆସିବା ପରେ ହତ୍ୟାର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି । ସେହିପରି ପୋଲିସ ଘଟଣାର ତଦନ୍ତ କଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟଲୋକେ ଆଶା ରଖିଛନ୍ତି । ଯୁବକଙ୍କୁ ହତ୍ୟା କରି ପାଣିରେ ଫିଙ୍ଗାଯାଇଥିବା ମଧ୍ୟ ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *