ପୁରୀ : ସୁରକ୍ଷାକର୍ମୀ ବାରଣ କରନ୍ତୁ ସତ୍ତ୍ୱେ ସ୍ଥାନ ଛାଡି ଯିବି ନାହିଁ । ଟିଭି ପରଦାରେ ଫଟୋ ଆସିବା ଦରକାର । ଯାହା ବି ହେଇଯାଉ ମୁଖ୍ୟମନ୍ତ୍ରୀଙ୍କ ସହ ସେଲଫି ନେବି । କିଛି ଏଭଳି ଚିନ୍ତାଧାରା ନେଇ ଆଜି ଜଣେ ସେବାୟତ ସେଲଫି ନେବା ପାଇଁ ପ୍ରତିଯୋଗିତା କରୁଥିବାର ଦେଖିବାକୁ ମିଳିଛି । ଆଜି ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିବାକୁ ମୁଖ୍ୟମନ୍ତ୍ରୀ ଯାଇଥିଲେ । ଆଉ ଶ୍ରୀମନ୍ଦିରର ବରିଷ୍ଠ ଦଇତାପତି ଓ ସେବାୟତମାନେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତରୀୟ ଦେଇଥିଲେ । ଏହି ସମୟରେ ଜଣେ ସେବାୟତ ଆସି ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତରୀୟ ଦେଇଥିଲେ । ଉତ୍ତରୀୟ ଦେବା ପରେ ଭିଡ କମାଇବା ପାଇଁ ସୁରକ୍ଷାକର୍ମୀ ତାଙ୍କୁ ଯିବାକୁ କହିଥିଲେ । ତାଙ୍କୁ ଛାଡି ଅନ୍ୟ ସେବାୟତମାନେ ଚାଲିଯାଇଥିବାବେଳେ ଏହି ସେବାୟତ ଜଣକ କିନ୍ତୁ ସ୍ଥାନ ଛାଡ଼ିଯାଇନଥିଲେ । ଭଳିକି ଭଳି ଫଟୋ ପୋଜ ଦେଉଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ସେଲଫି ନେବାକୁ ମୋବାଇଲ କାଢିଥିଲେ । ସେଲଫି ନେବାକୁ ଉଦ୍ୟମ କରୁଥିବାବେଳେ ସୁରକ୍ଷାକର୍ମୀ ପୁଣି ବାରଣ କରିଥିଲେ । ତଥାପି ବି ନଛୋଡ଼ବନ୍ଧା ହୋଇ ସେ ସେଲଫି ନେଇଥିଲେ ।
